www.samajalive.in
Sunday, December 14, 2025
19.1 C
Bhubaneswar

ଟିକଟ ସସ୍‌‌ପେନ୍ସ ପାଇଁ ସବୁ ସାଇଲେଣ୍ଟ

ନୀଳଗିରି: ବାଲେଶ୍ୱର ଜିଲାର ନୀଳଗିରି ନିର୍ବାଚନ ମଣ୍ଡଳୀରେ ସମ୍ପ୍ରତି ରାଜନୈତିକ ବାତାବରଣ ଉଷ୍ଣ ରହିଥିବା ଦେଖିବାକୁ ମିଳିଛି । ଗଛ ଲଗାଇଥିବା ଲୋକକୁ ଫଳ ମିଳିବ ନା ଫଳକୁ ଦେଖୁଥିବା ଲୋକଙ୍କୁ ମିଳିବ, ସେନେଇ ବଢ଼ିଛି ସସ୍‌‌ପେନ୍ସ । ୨୦୧୯ରେ ହଠାତ ବିଜେଡିରୁ ବିଜେପିକୁ ଡିଆଁ ମାରି ପଳାଇଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକ କିଛିଦିନ ପୂର୍ବରୁ ପୁଣିଥରେ ଦଳବଦଳ କରି ବିଜେଡିକୁ ଫେରି ଆସିଛନ୍ତି।

ନୀଳଗିରି ଟିକଟ ପାଇବା ଲକ୍ଷ୍ୟରେ ସେ ଶଙ୍ଖଭବନରେ ଯାଇ ବିଜେଡିରେ ମିଶିଛନ୍ତି । ହେଲେ ସୁକାନ୍ତ ବିଜେପିକୁ ଡେଇଁବା ପରେ ଦୀର୍ଘ ୫ବର୍ଷ ଧରି ଜିଲା ବିଜେଡିର ବରିଷ୍ଠ ଉପସଭାପତି ସନ୍ତୋଷ ଖଟୁଆ ନୀଳଗିରି ନିର୍ବାଚନମଣ୍ଡଳୀରେ ଦଳକୁ ସଜାଡ଼ି ରଖିଛନ୍ତି । ତାଙ୍କ ନେତୃତ୍ୱରେ ନୀଳଗିରି, ଔପଦା ବ୍ଲକ ଓ ଏନଏସିର ଅଧ୍ୟକ୍ଷା, ଉପାଧ୍ୟକ୍ଷ ପଦ ସହ ୬ଟି ଜିଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ୫ଟି କରାୟତ କରିବା, ପୁଣି ସମବାୟ ନିର୍ବାଚନଠାରୁ ଆରମ୍ଭ କରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପର୍ୟ୍ୟନ୍ତ ଗୋଟି ଚାଳନା କରି ସଂଖ୍ୟା ଗରିଷ୍ଠତା ହାସଲ କରାଯାଇଛି।

- Advertisement -

ଏଭଳି ପରିସ୍ଥିତିରେ ସୁକାନ୍ତଙ୍କୁ ଟିକଟ ମିଳିବା ଚର୍ଚ୍ଚା ଉଠିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ନୀଳଗିରିର ବିଜେଡି କର୍ମୀ । ଏନେଇ ସନ୍ତୋଷ ଓ ସୁକାନ୍ତଙ୍କୁ ଭୁବନେଶ୍ୱର ଡାକରା ହୋଇଛି । ଆଜି ଉଭୟଙ୍କ ମଧ୍ୟରେ ଆଲୋଚନା କରାଯାଇ ନିଷ୍କର୍ସ ବାହାରିବ । ସେପଟେ ନୀଳଗିରି ବିଜେଡିର ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ସ୍ୱର ଉଠାଇଲେଣି ସୁକାନ୍ତଙ୍କୁ ଟିକଟ ମିଳିଲେ, ସେମାନେ ସମର୍ଥନ କରିବେନି। ଏଭଳି ପରିସ୍ଥିତିରେ ଦଳୀୟ ସାଂଗଠନିକ ଦୃଷ୍ଟିରୁ ନୀଳଗିରି ଆସନଟି ସନ୍ତୋଷଙ୍କୁ ଏବଂ ସୁକାନ୍ତ ଯେହେତୁ ୨ଥର ବିଧାୟକ ରହିଛନ୍ତି । ତାଙ୍କୁ ବାଲେଶ୍ୱର ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ଟିକଟ ଦିଆଗଲେ ହୁଏତ ୨ଜଣଙ୍କ ଭିତରେ ଲାଗି ରହିଥିବା ବିବାଦର ଅନ୍ତଃ ଘଟି ବିଜେଡି ଆହୁରି ଅଧିକ ସୁଦୃଢ଼ ହୋଇ ପାରିବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories