www.samajalive.in
Friday, December 5, 2025
20.1 C
Bhubaneswar

ପାକିସ୍ତାନରେ ଘରେ ପଶି ମାରିବୁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଆତଙ୍କ ଖେଳାଉଥିବା ପାକିସ୍ତାନକୁ ସିଧା ଟାର୍ଗେଟ କରିଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ପାକିସ୍ତାନରେ ଘରେ ପଶି ଆତଙ୍କିଙ୍କୁ ମାରିବୁ। କିଛି ଏଭଳି କହି ସିଧାସଳଖ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି ରାଜନାଇ ସିଂହ। ପଡୋଶୀ ଦେଶ ଆତଙ୍କବାଦକୁ ପ୍ରତ୍ସୋହନ କରୁଥିବା ଏକ ପ୍ରଶ୍ନର ଉତ୍ତରରେ ରାଜନାଇ ସିଂହ କହିଛନ୍ତି ଯେ ଯଦି ଜଣେ ଆତଙ୍କବାଦୀ ପାକିସ୍ତାନକୁ ଖସି ପଳାନ୍ତି, ତେବେ ଆମେ ସେଠାରେ ଘରେ ପଶି ତାକୁ ମାରିବୁ। ଏହାସହିତ ଯଦି କୌଣସି ଆତଙ୍କବାଦୀ ଭାରତରେ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କୁ ଉପଯୁକ୍ତ ଜବାବ ଦିଆଯିବ। ଜାତୀୟ ଗଣମାଧ୍ୟମରେ ଏକ ସାକ୍ଷାତକାର ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଧାସଳଖ ଓ କଡା ବାର୍ତ୍ତା ଦେଇଛନ୍ତି। ଯଦି ଆତଙ୍କବାଦୀମାନେ ପାକିସ୍ତାନକୁ ପଳାନ୍ତି ତେବେ ଆମେ ସେମାନଙ୍କୁ ଗୋଡାଇ ପାକିସ୍ତାନ ମାଟିରେ ମାରିବୁ। ପ୍ରଧାନମନ୍ତ୍ରୀ ସତ୍ୟ କହିଛନ୍ତି ଭାରତ ପାଖରେ ସେହି କ୍ଷମତା ଓ ସାମର୍ଥ୍ୟ ରହିଛି। ପାକିସ୍ତାନ ମଧ୍ୟ ଏହା ବୁଝିବା ଆରମ୍ଭ କରିସାରିଛି।
ବ୍ରିଟିଶ ଖବରକାଗଜ ‘ଦ ଗାଡିଆନ୍‌‌’ ନିଜ ରିପୋର୍ଟରେ ପ୍ରକାଶ କରିଛି ଯେ ବିଦେଶମାଟିରୁ ଆତଙ୍କବାଦୀକୁ ନିପାତ କରିବା ପାଇଁ ଭାରତ ସରକାର ପାକିସ୍ତାନରେ ପ୍ରବେଶ କରି ଆତଙ୍କବାଦୀଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଖବରକାଗଜର ରିପୋର୍ଟକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସିଧାସଳଖ ଖଣ୍ଡନ କରିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories