www.samajalive.in
Saturday, December 6, 2025
17.1 C
Bhubaneswar

ଆସନ୍ତା ୨୪ ଘଣ୍ଟା ଯାଏଁ କିଛି ସ୍ଥାନରେ ଜାରି ରହିବ ହିଟୱେଭ୍

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ଯାଏଁ କିଛି ସ୍ଥାନରେ ହିଟୱେଭ୍ ଜାରି ରହିବ। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। କଟକ, ଭଦ୍ରକ, ନୟାଗଡ, ମୟୁରଭଞ୍ଜ, କଳାହାଣ୍ଡି ଏବଂ ବୌଦ୍ଧ, ମାଲକାନଗିରି, ନୂଆପଡା, ନବରଙ୍ଗପୁର, କନ୍ଧମାଳ ଏବଂ ବଲାଙ୍ଗୀର  ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ୮ ଜିଲ୍ଲାରେ ରାତି ଉଷ୍ମତା ଜାରି ରହିବା ନେଇ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦୁଝର , ମୟୁରଭଞ୍ଜ, ସମ୍ବଲପୁର, ସୋନପୁର , ସୁନ୍ଦରଗଡ, କନ୍ଧମାଳ, ବୌଦ୍ଧ ଏବଂ ନୟାଗଡ, ଗଜପତି, ବାଲେଶ୍ବର, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ଗୁଳୁଗୁଳି ଜାରି ରହିବ। ସେପଟେ ଆଜି ଦିନ ସାଢେ ୮ଟା ସୁଦ୍ଧା କିଛି ସ୍ଥାନରେ ତାପମାତ୍ରା ୩୧ ଟପିଛି। ଚାନ୍ଦବାଲିରେ ୩୧.୬, କେନ୍ଦୁଝରରେ ୩୧, ସମ୍ବଲପୁର ଓ ଝାରସୁଗୁଡାରେ ୩୦ , ଭୁବନେଶ୍ବରରେ ତାପମାତ୍ରା ୨୯.୮ ଡିଗ୍ରୀ ରେକର୍ଡ କରାଯାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories