ଶନିଦେବତା କର୍ମ ଅନୁଯାୟୀ, ଫଳ ପ୍ରଦାନ କରି ଥାଆନ୍ତି। ଶନିବାର ଦିନ ଶନିଦେବଙ୍କୁ ସମର୍ପିତ। ଏହି ଦିନ ପ୍ରଭୁଙ୍କୁ ବିଧି ବିଧାନ ସହ ପୂଜା କଲେ ଶନିଦେବଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଶନିଙ୍କ ଶୁଭ ପ୍ରଭାବ ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ସୁଖଶାନ୍ତି ସର୍ବଦା ରହିଥାଏ। ଶନି ଦେବଙ୍କ କୃପା ଦ୍ୱାରା ସୁଖସମୃଦ୍ଧି,ଧନ ସମ୍ପତ୍ତି ପ୍ରାପ୍ତି ହୋଇଥାଏ।
ଧାର୍ମିକ ମାନ୍ୟତା ଅନୁଯାୟୀ, କଦାପି ସିଧାସଳଖ ଶନିଦେବଙ୍କ ଚକ୍ଷୁକୁ ଦେଖନ୍ତୁ ନାହିଁ। ଶନିଙ୍କୁ ପୂଜା କରିବା ସମୟରେ ସବୁବେଳେ ନିଜ ଦୃଷ୍ଟି ତଳକୁ ରଖନ୍ତୁ।
ଏପ୍ରିଲ ୬ରେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ; ଏହି ରାଶିର ଚମକିବ ଭାଗ୍ୟ, ହେବ ଧନ ବର୍ଷା..
ପୂଜା କରିବା ସମୟରେ ପ୍ରତିମାଙ୍କ ସମ୍ପୂର୍ଣ୍ଣ ସାମ୍ନାରେ ରୁହନ୍ତୁ ନାହିଁ। ଏହାଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ।
ପୂଜା ବିଧି..
ସକାଳେ ଶୀଘ୍ର ଶେଯ ତ୍ୟାଗ କରି ସ୍ନାନ କରନ୍ତୁ।
ସ୍ନାନ ପରେ ପୂଜା ଘରେ ପ୍ରଥମେ ଦୀପ ଲଗାନ୍ତୁ।
ଏହାପରେ ଶନିଙ୍କ ମନ୍ଦିରକୁ ଯାଇ ପ୍ରଭୁଙ୍କୁ ତେଲ ଅର୍ପଣ କରନ୍ତୁ।
ଶନିଦେବତାଙ୍କୁ ଅପରାଜିତା ଫୁଲ ଅର୍ପଣ କରନ୍ତୁ।
ଭୋଗ ଅର୍ପଣ କରନ୍ତୁ।
ପ୍ରଭୁଙ୍କ ଚାଳିଶା ପାଠ କରନ୍ତୁ। ଦୀପ ଲଗାନ୍ତୁ।
ଅସହାୟଙ୍କୁ ଖାଦ୍ୟ ଦାନ କରନ୍ତୁ।



