www.samajalive.in
Friday, December 5, 2025
26.1 C
Bhubaneswar

ଏପ୍ରିଲ ୬ରେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ; ଏହି ରାଶିର ଚମକିବ ଭାଗ୍ୟ, ହେବ ଧନ ବର୍ଷା..

ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବତାଙ୍କ ନକ୍ଷତ୍ର ପରିବର୍ତ୍ତନ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ। ଶନିଦେବତା ନକ୍ଷତ୍ର ପରିବର୍ତ୍ତନ କରିବା କାରଣରୁ କିଛି ରାଶିର ଭାଗ୍ୟ ସୁନା ଭଳି ଚମକିବ। ଧନର ବର୍ଷା ହେବ। ଜ୍ୟୋତିଷ ଶାସ୍ତ୍ରରେ ଶନିଦେବତାଙ୍କୁ କର୍ମଫଳ ଓ ନ୍ୟାୟାର ଦେବତା ବୋଲି କୁହାଯାଏ। ଶନିଙ୍କ ରାଶି କିମ୍ବା ନକ୍ଷତ୍ର ପରିବର୍ତ୍ତନ ସମୟରେ ଏହାର ପ୍ରଭାବ ସମସ୍ତ ରାଶିଙ୍କ ଉପରେ ପଡିଥାଏ।

ଶନି ଦେବତା ଖୁବ୍‌‌ ଶୀଘ୍ର ନକ୍ଷତ୍ର ପରିବର୍ତ୍ତନ କରିବେ। ୬ ଏପ୍ରିଲ ୨୦୨୪ ଦିନ ୩ଟା୫୫ ମିନିଟ୍‌‌ରେ ପୂର୍ବାଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ। ଏହି ନକ୍ଷତ୍ରରେ ଶନି ୩ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ରହିବେ। ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ୩ ରାଶି ପାଇଁ ବେଶ ଶୁଭଙ୍କର।

- Advertisement -

ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ପରିବର୍ତ୍ତନ ବେଶ ଶୁଭଙ୍କର। ଜୀବନରେ ଉନ୍ନତି ହେବା ସହ ହଠାତ୍‌‌ ଧନ ପ୍ରାପ୍ତି ହୋଇଥାଏ। ମେଷ ରାଶିର ବ୍ୟକ୍ତି ବିଶେଷ ଧନ ସଞ୍ଚୟ କରିବାରେ ମଧ୍ୟ ସଫଳ ହେବେ। ଶନି ଦେବତା ମେଷ ରାଶିଙ୍କ ସହ ତାଙ୍କ ପରିବାରକୁ ମଧ୍ୟ କୃପା ପ୍ରାପ୍ତି ହେବ।

ବୃଷ – ଏହି ରାଶିଙ୍କ ପାଇଁ ମଧ୍ୟ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଶୁଭଙ୍କର। କର୍ମକ୍ଷେତ୍ର ଓ ବ୍ୟବସାୟରେ ଖୁବ୍‌‌ ଲାଭ ମିଳିବ। ଯେଉଁମାନେ ଚାକିରି ଖୋଜୁଛନ୍ତି ସେମାନଙ୍କର ଚାକିରି ହେବାର ସମ୍ଭାବନା ରହିଛି। ନଚେତ୍‌‌ ଚାକିରିରେ ଉତ୍ତମ ପରିବର୍ତ୍ତନ ହୋଇପାରେ।

ମକର – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶନି ଦେବତାଙ୍କ ନକ୍ଷତ୍ର ପରିବର୍ତ୍ତନ ଖୁବ ଶୁଭଙ୍କର। ଶନିଦେବତା ଆପଣଙ୍କ ଧନ ସ୍ଥାନରେ ବିରାଜମାନ ଅଛନ୍ତି। ଏହାର ପରିଣାମ ସ୍ୱରୂପ ଆପଣଙ୍କୁ ହଠାତ୍‌‌ ଧନ ଲାଭ ହେବ। ଏହାସହ ସମାଜରେ ମାନ ସମ୍ମାନ ବୃଦ୍ଧି ହେବ।

ମକର ରାଶି ବ୍ୟକ୍ତି ବିଶେଷଙ୍କୁ ବ୍ୟବସାୟରେ ଖୁବ୍‌‌ ଲାଭ ହେବ। ଅଧିକ ଧନ ପ୍ରାପ୍ତିର ମଧ୍ୟ ସମ୍ଭାବନା ରହିଛି। ସମସ୍ତ ମନସ୍କାମନା ପୂରଣ ହେବ। ନୂତନ ଯାନ କିମ୍ବା ଭୂମି କିଣିବାର ଯୋଗ ରହିଛି।

Hot this week

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

Related Articles

Popular Categories