ନୂଆଦିଲ୍ଲୀ: ୨୦୨୪ର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ‘ପୁଷ୍ପା-୨’ ଅନ୍ୟତମ। ଫିଲ୍ମରେ ଅଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନା ପୁଣି ଥରେ ଧମାଲ କରିବାକୁ ଯାଉଛନ୍ତି। ଏହି ଫିଲ୍ମର ଆଉ ଏକ ପୋଷ୍ଟର ସାମ୍ନାକୁ ଆସିଛି। ପୁଷ୍ପା-୨ରେ ଶ୍ରୀବଲ୍ଲିଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିବା ପରେ ଦର୍ଶକମାନେ ଫିଲ୍ମକୁ ନେଇ ଖୁବ ଏକ୍ସସାଇଟେଡ ଅଛନ୍ତି। ନ୍ୟାସନାଲ କ୍ରସ୍ ରଶ୍ମିକା ମନ୍ଦାନାଙ୍କ ଜନ୍ମଦିନରେ ଶ୍ରୀବଲ୍ଲିଙ୍କ ପ୍ରଥମ ଲୁକ୍ ରିଲିଜ ହେବା ପରେ ସରପ୍ରାଇଜ୍ ହୋଇଛନ୍ତି ଦର୍ଶକ। ଶ୍ରୀବଲ୍ଲିଙ୍କ ଏହି ଅନ୍ଦାଜ ଫ୍ୟାନ୍ସମାନଙ୍କୁ ଖୁବ ପସନ୍ଦ ଆସିଛି। ସବୁଜ ରଙ୍ଗର ଶାଢି, ମଥାରେ ସିନ୍ଦୁର, ହାତରେ ସବୁଜ-ନାଲି ରଙ୍ଗର ଚୁଡି, ନାକରେ ନୋଥ, ମଙ୍ଗଳସୂତ୍ର ସହିତ ହାର ପିନ୍ଧି ବହୁତ ସୁନ୍ଦର ଦେଖାଯାଉଛନ୍ତି ରଶ୍ମିକା। ଫିଲ୍ମର ଏହି ପୋଷ୍ଟର ରିଲିଜ କରାଯିବା ସହିତ ପୁଣି ଥରେ ଟିଜର ରିଲିଜ ନେଇ ଘୋଷଣା କରାଯାଇଛି। ଫିଲ୍ମର ନିର୍ମାତା ଏପ୍ରିଲ ୮ରେ ଅଲୁ ଅର୍ଜୁନଙ୍କ ଜନ୍ମଦିନରେ ଏହାର ପ୍ରଥମ ଟିଜର ରିଲିଜ କରିବାକୁ ଘୋଷଣା କରିଛନ୍ତି।
Popular Categories



