www.samajalive.in
Sunday, December 7, 2025
26.1 C
Bhubaneswar

ଉପାନ୍ତରେ ସୋଲାର ଜଳ ପ୍ରକଳ୍ପ ଅଚଳ; ପାଣି ପାଇଁ ଲୋକେ ଡହଳବିକଳ

ଲଡୁଗାଁ: ପାନୀୟ ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି କଳାହାଣ୍ଡି ଜିଲା ଆମପଣି ପଞ୍ଚାୟତ ଦୁର୍ଗମ କୁଟ୍ରୁ ଓ ଟିର୍ଲିଆମ ଗାଁ ଲୋକେ । ଗ୍ରାମବାସୀ ପାହାଡିଆ ଝରଣା ଓ ଚୁଆ ଖୋଳି ପାନୀୟ ଜଳ ସଂଗ୍ରହ କରୁଛନ୍ତି । ଏବେ ଗ୍ରୀଷ୍ମ କାଳରେ ପରିସ୍ଥିତି ଜଟିଳ ହୋଇପଡୁଛି । ଦୁଇ ବର୍ଷ ତଳେ ଗ୍ରାମବାସୀଙ୍କ ଦୁଃଖ ଦେଖି ଆମାପଣି ସରପଞ୍ଚ ରୁକ୍ମିଣୀ ବାଣୁଆଙ୍କ ଉଦ୍ୟମକ୍ରମେ ସୋଲାର ଜଳ ପ୍ରକଳ୍ପ ଦୁଇଟି ଦୁର୍ଗମ ଅଞ୍ଚଳରେ ଲାଗିଥିଲା। ଏହାଦେଖି ଲୋକଙ୍କ ଖୁସି କହିଲେ ନ ସରେ । ମାସେ ଦି ମାସ ଚାଲିବା ପରେ ଅଚଳ ହୁଏ ସୋଲାର ଜଳ ପ୍ରକଳ୍ପ । ଯାହା ଫଳରେ ଗ୍ରାମରେ ଦେଖାଦେଇଛି ଏବେ ପାନୀୟ ଜଳ ସଙ୍କଟ। ଆମପାଣି ଗ୍ରାମ ପଞ୍ଚାୟତର ଉପାନ୍ତ ଗାଁ ଗୁଡ଼ିକ ମଧ୍ୟରେ କୁଟ୍ରୁ ଓ ଟିର୍ଲିଆମ । ରାଜସ୍ବ ଗ୍ରାମ କୁଟ୍ରୁରେ ୧୦୦ ପରିବାର ରହିଥିବାବେଳେ ଟିର୍ଲିଆମରେ ୫୦ ପରିବାର ବସବାସ କରନ୍ତି । ଗ୍ରାମର ଲୋକେ ଗ୍ରାମରେ ଥିବା ପୋଖରୀ ଓ ନଈନାଳଗୁଡିକ ଉପରେ ନିର୍ଭର କରନ୍ତି। ସଂପ୍ରତି ଗ୍ରୀଷ୍ଣ ପ୍ରବାହ ଆରମ୍ଭରୁ ଗ୍ରାମର ଜଳାଶୟ ଓ ପୋଖରୀଗୁଡିକ ଶୁଖି ଯାଇଛି। ଏପରିକି କୁଟ୍ରୁ ଗ୍ରାମରେ ଦୁଇଟି ନଳକୂପରୁ ଆବଶ୍ୟକଠାରୁ କମ ପାଣି ବାହାରୁ ଥିବା ବେଳେ ବ୍ୟବହାର ଅନୁପଯୋଗୀ ପାଣି ବାହାରୁଛି। ତେଣୁ ଗ୍ରାମବାସୀ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି। ଗ୍ରାମର ଲୋକେ ପାନୀୟ ଜଳଠାରୁ ଆରମ୍ଭ କରି ସ୍ନାନ ଶୌଚ, ରୋଷେଇବାସ ଆଦି କାମ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୃହପାଳିତ ପଶୁମାନେ ପାଣି ପାଇଁ ଡହକ ବିକଳ ହେଉଥିବା ଦେଖିବାକୁ ମିଳୁଛି। ଏଭଳିି ପରିସ୍ଥିତିରେ ପାନୀୟ ଜଳ ପ୍ରକଳ୍ପ ଅଚଳ ହେତୁ ଗ୍ରାମବାସୀ ନାଳ ପାଣି ପିଇବାପାଇଁ ବାଧ୍ୟ ହେଉଛନ୍ତି । ଏବେ ପ୍ରକଳ୍ପ ଅଚଳ ହେତୁ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି । ଏନେଇ ଗ୍ରାମବାସୀ ଆମପାଣି ସରପଞ୍ଚ ନିକଟରେ ଅଭିଯୋଗ କରିଥିଲେ । ଏ ସଂକ୍ରାନ୍ତରେ ସରପଞ୍ଚ ରୁକ୍ମିଣୀ ବାଣୁଆ ଏହାର ମରାମତି କରି କାର୍ଯ୍ୟକ୍ଷମ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ ହେଁ ଏଯାଏଁ କୌଣସି ପ୍ରକାର ସୁଫଳ ମିଳିନଥିବା କହିଛନ୍ତି । ରାମଦାସ ମାଝୀ ଅଭି ପୂଝାରୀ, ଆଶାରାମ ମାଝୀ, ବଳରାମ ପୂଝାରୀ, ଗଗନେ ଠାକୁର, ହରି ମାଝୀ, ସନ୍ୟ ମାଝୀ ସମେତ ଦୁଇ ଗାଁର ଲୋକେ ଯଥାଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories