ବଜାରକୁ ଆସିଲା ନୂଆ ଇଲେକ୍ଟ୍ରିକ୍ ସ୍କୁଟର, ଦାମ୍ ମାତ୍ର ଏତିକି…
ନୂଆଦିଲ୍ଲୀ : ଇଲେକ୍ଟ୍ରିକ୍ ଗାଡି ନିର୍ମାଣ କରୁଥିବା କମ୍ପାନୀ ନେକ୍ସଜେନ୍ ଏନର୍ଜିଆ ୩୬,୯୯୦ ଟଙ୍କା ମୂଲ୍ୟରେ ଏକ ଦୁଇଚକିଆ ଇଭି ବଜାରକୁ ନେଇଆସିଛି । ଅଭିନେତା ତଥା ବ୍ୟବସାୟୀ ସୁନିଲ ସେଟ୍ଟୀ କମ୍ପାନୀର ଏହି ଗାଡିକୁ ଅନଭିଲ୍ କରିଥିଲେ । ଏହାର ଦାମ୍ ୩୬,୯୯୦ ଟଙ୍କା ଯାହାକି କମ୍ପାନୀର ସବୁଠୁ କମ୍ ଦାମର ମଡେଲ ।
ଥରେ ଚାର୍ଜ କଲେ ୧୪୦ କି.ମି. ଯିବ ଏହି ଇଲେକ୍ଟ୍ରିକ୍ ମୋପେଡ୍, ଦାମ୍ ମାତ୍ର…
କମ୍ପାନୀର କହିବାନୁସାରେ ଏହି ମଡେଲ ଆଗାମୀ ପିଢି ପାଇଁ ଇଲେକ୍ଟ୍ରିକ୍ ଗାଡିକୁ ଅଧିକ ଗ୍ରହଣ କରିବାରେ ସହାୟକ ହେବ । ଏହାର ଦାମ୍ ଯୋଗୁଁ ଏହାକୁ ସହଜରେ ସମସ୍ତେ ଗ୍ରହଣ କରିପାରିବେ । ଚଳିତ ଆର୍ଥିକ ବର୍ଷରେ ୫୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିବା ନେଇ କମ୍ପାନୀ ଲକ୍ଷ୍ୟ ରଖିଛି । ୫୦୦ରୁ ଅଧିକ ଡିଷ୍ଟ୍ରିବ୍ୟୁଟର ନେଟଓ୍ବର୍କ ସ୍ଥାପନ କରିବା ଏବଂ ଇଭି ସେକ୍ଟରରେ ପ୍ରାୟ ୫୦ ହଜାର ଲୋକଙ୍କୁ ପ୍ରତ୍ୟେକ୍ଷ ରୂପେ ରୋଜଗାର ପ୍ରଦାନ କରିବା ଲକ୍ଷ୍ୟ ରଖିଛି କମ୍ପାନୀ । ଆଗାମୀ ବର୍ଷ କମ୍ପାନୀ କମ୍ ଦାମରେ ୪ ଚକିଆ ଇଭି ଆଣିବା ପାଇଁ ଯୋଜନା ରଖିଛି ।
Comments are closed.