www.samajalive.in
Sunday, December 7, 2025
14.1 C
Bhubaneswar

ଥରେ ଚାର୍ଜ କଲେ ୧୪୦ କି.ମି. ଯିବ ଏହି ଇଲେକ୍ଟ୍ରିକ୍ ମୋପେଡ୍, ଦାମ୍ ମାତ୍ର…

ନୂଆଦିଲ୍ଲୀ : ଦେଶର ପପୁଲାର ଦୁଇଚକିଆ ଗାଡି ନିର୍ମାତା କମ୍ପାନୀ କୋମାକି ପୁଣି ଥରେ ନିଜ ଉତ୍ପାଦ ଭାରତୀୟ ବଜାରକୁ ନେଇଆସିଛି । କମ୍ପାନୀ ଖାସ୍ କରି ଛୋଟ ବ୍ୟାପାରୀଙ୍କ ପାଇଁ କୋମାକି କ୍ୟାଟ୍ ୨.୦ ଏନଏକ୍ସଟି ଲଞ୍ଚ୍ କରିଦେଇଛି । ଏହା ଏକ ଇଲେକ୍ଟ୍ରିକ୍ ମୋପେଡ୍ ଯାହା ୩୫୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ଉଠାଇପାରିବ । କମ୍ପାନୀ ଏହି ଇଲେକ୍ଟ୍ରିକ୍ ମୋପେଡକୁ ନୂଆ ଫିଚର୍ସ ଏବଂ ଅତ୍ୟାଧୁନିକ ଟେକ୍ନୋଲୋଜି ସହିତ ବଜାରକୁ ନେଇଆସିଛି । ଏହି ଇଲେକ୍ଟ୍ରିକ୍ ମୋପେଡର ଦାମ୍ ୧ ଲକ୍ଷ ଟଙ୍କାରୁ ମଧ୍ୟ କମ୍ ଏବଂ ଏହା ଛୋଟ ବ୍ୟାପାରୀଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରିବ । ମୋପେଡରେ ଅନେକ ଅତ୍ୟାଧୁନିକ ଫିଚର୍ସ ମିଳୁଛି ଏବଂ ଏହାର ଦାମ୍ ମଧ୍ୟ କମ୍ ।

କହିରଖୁଛୁ ଏହି ଇଲେକ୍ଟ୍ରିକ୍ ମୋପେଡକୁ ଥରେ ଚାର୍ଜ କଲେ ୧୨୦-୧୪୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଏହି ମୋପେଡ୍ ୮୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଗତି କରିପାରିବ । ଡିଜାଇନ୍ କଥା କହିବା ତ କମ୍ପାନୀ ଏହାକୁ ଲୁହା ବଡି ସହିତ ପ୍ରସ୍ତୁତ କରିଛି । ଏହା ସହିତ ଏଥିରେ ଅଲଗା ହୋଇପାରୁଥିବା ସିଟ୍ ଦିଆଯାଇଛି । ସିଟ୍ ଲଗାଇଲେ ଏଥିରେ ୨ ଜଣ ସହଜରେ ଯାତ୍ରା କରିପାରିବେ । ଏହି ଇଲେକ୍ଟ୍ରିକ୍ ମୋପେଡ୍ ୩୫୦ କିଲୋମିଟର ପର୍ଯ୍ୟନ୍ତ ଓଜନ ଉଠାଇପାରିବ । ଦାମ୍ କଥା କହିବା ତ ଏହି ଇଲେକ୍ଟ୍ରିକ୍ ମୋପେଡର ଦାମ୍ ୯୯୫୦୦ ଟଙ୍କା ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories