www.samajalive.in
Saturday, December 6, 2025
17.1 C
Bhubaneswar

ଦୁଇ ଏସପି ଓ ଜଣେ ଡିସିପିଙ୍କୁ ଦାୟିତ୍ୱ ଅନୁମତି

ଭୁବନେଶ୍ୱର: ଦୁଇ ଜଣ ଏସପି ଓ ଜଣେ ଡିସିପିଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିବାକୁ ନିର୍ବାଚନ କମିସନ ଅନୁମତି ଦେଇଛନ୍ତି। ଦୁଇଜଣ ଏସପି ବ୍ରିଜେଶ କୁମାର ରାୟ ଓ ଡ.ଉମାଶଙ୍କର ଦାଶଙ୍କୁ ନିଯୁକ୍ତି ମିଳିଛି। ବ୍ରିଜେଶ କୁମାର ରାୟ ରାଉରକେଲା ଏସପି ହୋଇଥିବା ବେଳେ ଡ ଉମାକାନ୍ତ ଦାଶ ହୋଇଛନ୍ତି ଅନୁଗୁଳ ଏପସି। ସେହିପରି କଟକର ନୂଆ ଡିସିପି ଭାବେ ଆର.ପ୍ରକାଶଙ୍କୁ ନିଯୁକ୍ତି ମିଳିଛି। ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିସନ।

ରାଜ୍ୟରେ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପକ୍ଷେ କରିବା ପାଇଁ ୮ ପ୍ରଶାସନିକ ଅଧିକାରୀଙ୍କୁ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ଦୂରେଇ ରଖିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିସନ। ସେମାନଙ୍କ ମଧ୍ୟରେ ଥିଲେ କେନ୍ଦ୍ରାଞ୍ଚଳ ରେଞ୍ଜ ପୁଲିସ ଆଇଜି ଆଶୀଷ ସିଂ, ଜଗତସିଂହପୁର ଓ କଟକ ଜିଲ୍ଲାପାଳଙ୍କ ସମେତ ୫ଜଣ ଏସପି। ଶୁକ୍ରବାର ୩ଟି ପଦବୀରେ ୩ଜଣ ଅଫିସର ନିଯୁକ୍ତ ହୋଇଥିବା ବେଳେ ଖୁବଶୀଘ୍ର ଅନ୍ୟ ପଦବୀରେ ନିଯୁକ୍ତି ଦିଆଯିବ ବୋଲି ଜଣାପଡିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories