www.samajalive.in
Monday, December 15, 2025
17.1 C
Bhubaneswar

ପବିତ୍ର ରମଜାନ ମାସ ଆରମ୍ଭ ଅବସରରେ ମସଜିଦ୍ କମିଟି ପକ୍ଷରୁ ଇଫତାର ପାର୍ଟି

ଭୂବନେଶ୍ୱର: ଇସଲାମ୍ କ୍ୟାଲେଣ୍ଡରର ନବମ ମାସ ହେଉଛି ରମଜାନ। ଏହି ମାସରେ ମୁସଲମାନ ଭାଇଭଉଣୀମାନେ ରୋଜା ରଖନ୍ତି। ସୂର୍ଯ୍ୟୋଦୟ ପୂର୍ବରୁ ସୂର୍ଯ୍ୟାସ୍ତ ମଧ୍ୟରେ ସେମାନେ କୌଣସି ଖାଦ୍ୟ ଖାଆନ୍ତି ନାହିଁ କିମ୍ବା ପାଣି ପିଅନ୍ତି ନାହିଁ। ଅର୍ଥାତ୍ ସେମାନେ ଖରା,ବର୍ଷା, ଶୀତ,କାକର ଆଦିକୁ ଖାତିର ନ କରି ମାସେ ପର୍ଯ୍ୟନ୍ତ ସାରାଦିନ ଉପବାସ ସହ ବ୍ରତ ଧାରଣ କରନ୍ତି। ଏହାଛଡା ମସଜିଦରେ ନମାଜ ପାଠ କରନ୍ତି। ଏହି ସମୟରେ ସେମାନେ ଇଫତାର ପାର୍ଟି କରିଥାଆନ୍ତି।

ଏହି ପରିପ୍ରେକ୍ଷୀରେ ଭୂବନେଶ୍ୱରସ୍ଥ ମସଜିଦ୍ କମିଟି ତରଫରୁ ଏକ ଇଫତାର ପାର୍ଟିର ଆୟୋଜନ ସୟଦ୍ ରାଜୁଙ୍କ ତତ୍ତ୍ବାବଧାନରେ ନିଳାଦ୍ରୀବିହାରସ୍ଥିତ ହରେକୃଷ୍ଣ ନଗର ବସ୍ତିରେ କରାଯାଇଥିଲା। ଏହି ଇଫତାର ପାର୍ଟିରେ ମସଜିଦ୍ କମିଟିର ସମ୍ପାଦକ ସୟଦ୍ ରାଜୁଙ୍କ ସମେତ ଉପ-ସଭାପତି ମାନା ବାବୁ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯଥା ବିଧାୟକ ସୁଶାନ୍ତ ରାଉତ, ୱାର୍ଡ ନମ୍ବର -୪ର କର୍ପୋରେଟର ଅକ୍ଷୟ ଭାଦ, ସୁବାଶ ଭାଦ, ଏସ୍.କେ ଦିଲ୍ଲାର ଅହମ୍ମଦ, ଏସ୍.କେ ସୌଭିକ୍, ଏସ୍.କେ ଆଜାଦ୍ ଅଲ୍ଲୀ, ସେଖ୍ ଜାପାନ, ସୟଦ୍ ମୁର୍ସିଦ୍, ଏସ୍.କେ ରହିମ୍,ଏସ୍.କେ ଆଜାଦ୍, ଏସ୍.କେ କରିମ୍, ଇଫ୍ତିଖାର ହୁସେନ୍ ଖାନ୍,ଏସ୍.କେ ସାଲିମ୍ ମିର୍ତାଜୁଦ୍ଦିନ୍, ଏସ୍.କେ ଡନ୍, ଟିଙ୍କୁ,ଏସ୍.କେ ସଦ୍ଦାମ୍, ଏସ୍.କେ ଲମ୍ବୁ ଏବଂ ମହମ୍ମଦ ଇବ୍ରାହିମ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

- Advertisement -

ଏହି ଇଫତାର ପାର୍ଟିରେ ଓଡିଶାର ବହୁ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଅଧ୍ୟୟନରତ ମୁସଲମାନ ଛାତ୍ରଛାତ୍ରୀମାନଙ୍କ ସମେତ ୩୦୦ରୁ ଉର୍ଦ୍ଧ୍ବ ମୁସଲମାନ ଭାଇଭଉଣୀମାନେ ଯୋଗ ଦେଇଥିଲେ। ଏତଦ୍ ବ୍ୟତୀତ ବଙ୍ଗଳାଦେଶ, ମାଲେସିଆ, ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ଥାନ ଆଦି ବହୁ ବିଦେଶୀ ମୁସଲମାନ ଭାଇଭଉଣୀମାନେ ମଧ୍ୟ ଏହି ଇଫତାର ପାର୍ଟିରେ ଯୋଗ ଦେଇଥିଲେ। ଏହି ପର୍ବ ମାସେ କାଳ ପାଳିବା ପରେ ଚନ୍ଦ୍ରକୁ ଦେଖି ଇଦ୍- ଉଲ୍ – ଫିତର ପାଳନ କରାଯାଇଥାଏ।

ଏହି ଦିନ ସମସ୍ତେ ନବ ବସ୍ତ୍ର ପରିଧାନ କରି ଘରେ ଘରେ ପିଠା, ପଣା କରି ଖାଇବା ସହ ଗରିବ ଲୋକମାନଙ୍କୁ ଖାଦ୍ୟଦ୍ରବ୍ୟ, ଲୁଗାପଟା ଏବଂ ଅନ୍ୟାନ୍ୟ ଆସବାପତ୍ର ଆଦି ଦାନ କରି ପୂଣ୍ୟ ଅର୍ଜ୍ଜନ କରିଥାଆନ୍ତି। ଏହି ଅବସରରେ ସମସ୍ତ ମୁସଲମାନ ଭାଇଭଉଣୀମାନେ ଗୁରୁଜନମାନଙ୍କୁ ଭକ୍ତି କରିବା ସହ ସଲାମ୍ ଜଣାଇ “ଇଦ୍ ମୁବାରକ୍” ବୋଲି କହି ଥାଆନ୍ତି ଏବଂ ବିଶ୍ୱର ମଙ୍ଗଳ ପାଇଁ ଉଭୟ ମହମ୍ମଦ ଓ ଆଲ୍ଲାଙ୍କ ପାଖରେ ପ୍ରାର୍ଥନା କରିଥାଆନ୍ତି। ଏବର୍ଷ ଚଳିତମାସ ୧୧ ତାରିଖରେ ଓଷା ଶେଷ ହେବାକୁ ଯାଉଛି। ଏହି ରମଜାନ୍ ମାସ ପାଳନ ସମୟରେ ସେମାନେ ପ୍ରତ୍ୟେକ ଦିନ ୫ଥର ନମାଜ ପାଠ କରିଥାଆନ୍ତି। ସମଗ୍ର ମୁସଲମାନ ଭାଇଭଉଣୀମାନଙ୍କ ପାଇଁ ଏହି ରମଜାନ ମାସ ସାରା ପୃଥିବୀରେ ଅତୀବ ପବିତ୍ର ମାସ ବା ଧର୍ମର ମାସ ଅଟେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories