www.samajalive.in
Sunday, December 14, 2025
19.1 C
Bhubaneswar

ଅଳିଆ ବୁହା ଗାଡ଼ିରେ ଯାଉଥିଲା ଇଟା, ଅଟକାଇଲେ ଯୁବକ

ଗଞ୍ଜାମ : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଲେଖାଥିବା ଏକ ଗାଡି ଅଳିଆ ଉଠେଇବା ପାଇଁ ଉଦ୍ଦିଷ୍ଟ ଥିବାବେଳେ ଉକ୍ତ ଗାଡ଼ିରେ କୌଣସି ଏକ ଠିକା କାର୍ଯ୍ୟ ନିମନ୍ତେ ଇଟା ବୋଝେଇ ହେଉଥିଲା। କିଛି ଯୁବକ ଉକ୍ତ ଗାଡିଟିକୁ ଅଟକ ରଖି ପ୍ରଶ୍ନ କରିଥିଲେ । ପରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରୁ ବୋଝେଇ ହୋଇଥିବା ଇଟାକୁ ବାହାର କରିବା ପାଇଁ କହିଥିଲେ । ପରେ ଖାଲି ଗାଡି ଫେରିଥିଲା । ଯାହାକୁ ନେଇ ସେଠାରେ  କିଛି ସମୟ ଚାପା ଉତ୍ତେଜନା ଦେଖାଦେଇଥିଲା ।

ଗୁରୁବାର ଅପରାହ୍ନରେ ବ୍ଲକ ନିକଟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଏକ ଅଳିଆ ବୁହା ଗାଡିରେ ଇଟା ବୋଝେଇ ହେଉଥିଲା।  ଏହା ଦେଖି କିଛି ଯୁବକ ଏହି ଗାଡ଼ିରେ ଇଟା କଣ ବୋଝେଇ ହେଉଛି ପଚାରିଥିଲେ । ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ହିନ୍ଦୀ ଭାଷାରେ ଗାଡି ନମିଳିବାରୁ ଏଥିରେ ବୋଝେଇ କରିଥିଲେ ବୋଲି କହିଥିଲେ । ପରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଥାନାରେ ଖବର ଦେବାପରେ ପରେ ପୁଲିସ ପହଞ୍ଚିଥିଲା । ଇଟା ଗୁଡିକ ପୁଣି ଗାଡିରୁ ବାହାର କରାଯାଇଥିଲା । ଖାଲି ଗାଡି ପୁଲିସ ଉପସ୍ଥିତିରେ ଫେରିଥିଲା ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories