BJD Bijuli 480×75 Mob

ମନିପ୍ଲାଣ୍ଟ ଗଛ ଶୁଖି ଯାଉଛି କି? ଆପଣାନ୍ତୁ ଏହି ଉପାୟ..

BJD Bijuli 480×75 Mob

ମନିପ୍ଲାଣ୍ଟ ଘରେ ରଖିବା ଦ୍ୱାରା ଘର ସୁନ୍ଦର ଦେଖାଯିବା ସହ ଏହା ଟଙ୍କା ବୃଦ୍ଧି କରିଥାଏ। ପ୍ରତ୍ୟେକ ଲୋକେ ଏହାକୁ ଘରେ ରଖିଥିବା ମଧ୍ୟ ଦେଖିଥିବେ।
ତେବେ ଅନେକ ସମୟରେ ମନିପ୍ଲାଣ୍ଟ ଗଛ ଶୁଖିଯାଉଥିବା ଦେଖାଯାଏ। ଅନେକ ଯତ୍ନ ନେବା ପରେ ମଧ୍ୟ କିଛି ସୁଫଳ ମିଳିନଥାଏ। ତେବେ କିଛି ସ୍ୱତନ୍ତ୍ର ଉପାୟ ରହିଛି, ଯାହା ଆପଣାଇବା ଦ୍ୱାରା ମନିପ୍ଲାଣ୍ଟ ଗଛ ଶୁଖିବ ନାହିଁ।
ତେବେ ଜାଣନ୍ତୁ ମନିପ୍ଲାଣ୍ଟ ଗଛ ନଶୁଖିବା ପାଇଁ କେଉଁ ଉପାୟ ଆପଣାଇବେ..
ମନିପ୍ଲାଣ୍ଟ ଗଛକୁ ଅତ୍ୟଧିକ ଖରାରେ ରଖିବା ଦ୍ୱାରା ଏହା ଶୁଖିବା ସହ ନଷ୍ଟ ହେବାକୁ ଆରମ୍ଭ ହୋଇଥାଏ। ଏହାର ପତ୍ର ମଧ୍ୟ ହଳଦିଆ ହେବାକୁ ଲାଗି ଥାଏ।
ମନିପ୍ଲାଣ୍ଟ ଗଛକୁ ପତଳା ସୂତା କପଡା ଢାଙ୍କି ରଖନ୍ତୁ। ଏହାଦ୍ୱାରା ପତ୍ର ସବୁଜ ସୁନ୍ଦର ରହିଥାଏ।
ମନିପ୍ଲାଣ୍ଟକୁ କାଚ ବୋତଲରେ ରଖୁଥିଲେ, ଏହାର ପାଣିକୁ କିଛି ଦିନରେ ବଦଳାନ୍ତୁ। ନଚେତ୍‌‌ ଗଛ ନଷ୍ଟ ହୋଇ ଯାଏ।
ଏହା ଅଧିକ ବଢିଥିଲେ ଅଳ୍ପ ପରିମାଣରେ କାଟନ୍ତୁ।
ଶୁଖି ଯାଇଥିବା ପତ୍ରକୁ ଗଛରୁ କାଢି ଦିଅନ୍ତୁ।

Comments are closed.