www.samajalive.in
Saturday, December 6, 2025
15.1 C
Bhubaneswar

ଏବେଠୁ ଏତେ ତାତି: ସାଢେ ୮ ସୁଦ୍ଧା ବାଲେଶ୍ବରରେ ସର୍ବାଧିକ ୩୨ଡିଗ୍ରୀ ତାପମାତ୍ରା

ଭୁବନେଶ୍ବର: ତତଲା କଢେଇରେ ସିଝୁଛି ସାରା ଓଡିଶା। ଆଜି ବି ରାଜ୍ୟର ଅନେକ ସ୍ଥାନରେ ସକାଳୁ ସକାଳୁ ତାତି ବଢିବାରେ ଲାଗିଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ସକାଳ ସାଢେ ୮ଟା ସୁଦ୍ଧା ବାଲେଶ୍ବରରେ ସର୍ବାଧିକ ୩୨ ଡିଗ୍ରୀ ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ବରରେ ୩୦ .୮ ଡିଗ୍ରୀ ସେଲସିଅସ୍ , ପୁରୀ, ଚନ୍ଦବାଲି ଏବଂ ସମ୍ବଲପୁରରେ ମଧ୍ୟ ପାରଦ ୩୦ ଡିଗ୍ରୀ ଉପରେ ରହିଛି। ରାଉରକେଲା, ପାରାଦୀପ, ଝାରସୁଗୁଡା , କେନ୍ଦୁଝର, ହୀରାକୁଦରେ ମଧ୍ୟ ତାତି ଅସହ୍ୟ କଲାଣି। ଏସବୁ ସହରରେ ତାପମାତ୍ରା ୨୯ ଡିଗ୍ରୀ ଉପରେ ରହିଛି। ଆଗାମୀ ଦୁଇ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି। ଏପ୍ରିଲ ୪ରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏସବୁ ସମୟରେ ଉପକୂଳ ଆଭ୍ୟନ୍ତର ଓଡିଶାରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories