www.samajalive.in
Saturday, December 6, 2025
16.1 C
Bhubaneswar

ଆହୁରି ବଢିବ ତାତି: ୪୦ ଡିଗ୍ରୀ ଛୁଇଁଲା ୮ ସହର

ଭୁବନେଶ୍ବର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଲାଗି ରହିଥିବାବେଳେ ଆସନ୍ତା ୪ ରୁ ୬ ତାରିଖ ଯାଏଁ ତାତି ଆହୁରି ବଢ଼ିବ। ଏନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି। ସୋମବାର ୮ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଛୁଇଁଥିଲା। ଆସନ୍ତା ୨ ଦିନରେ ପାରଦ ଆହୁରି ୨ ଡିଗ୍ରୀ ବଢ଼ିବ। ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ଛୁଇଁବ। ରାତି ତାପମାତ୍ରା ମଧ୍ୟ ୨-୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ଆଭ୍ୟନ୍ତରୀଣ, ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ଆସନ୍ତା ୬ ତାରିଖ ଯାଏଁ ତାତି ଅସ୍ତବ୍ୟସ୍ତ କରିବ। ରବିବାର କେତେକ ଅଞ୍ଚଳରେ ପାଗ କୋହଲା ଥିବାବେଳେ ସୋମବାର ସକାଳ ୯ଟାରୁ ଖରା ଅତି ପ୍ରଖର ହୋଇଥିଲା। ବାରିପଦା ଓ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ ହୋଇଥିଲା। ବାରିପଦା ଦୁଇ ଦିନ ହେଲା ରୌଦ୍ରତାପ ଯୋଗୁଁ ସନ୍ତୁଳି ହେଉଥିବାବେଳେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ରବିବାର ବଲାଙ୍ଗିରରେ ୪୦.୩ ଡିଗ୍ରୀ, ତାଳଚେର, ଭବାନୀପାଟଣା, ଟିଟିଲାଗଡ଼, ନୟାଗଡ଼ ଓ ବୌଦ୍ଧରେ ୪୦ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ଼ ହୋଇଛି। ସେହିପରି ୯ଟି ସ୍ଥାନରେ ୩୯ ଡିଗ୍ରୀ ଉପରେ ପାରଦ ରହିଛି। ଅନୁଗୋଳରେ ୩୯.୭ ଡିଗ୍ରୀ, ଚାନ୍ଦବାଲି ଓ ପାରଳାଖେମୁଣ୍ଡିରେ ୩୯.୬ ଲେଖାଏଁ, ଯାଜପୁର ଏବଂ ଢେଙ୍କାନାଳରେ ୩୯.୫ ଡିଗ୍ରୀ ଲେଖାଏଁ, ଭୁବନେଶ୍ବର ଓ କଟକରେ ୩୯.୪ ଡିଗ୍ରୀ ଲେଖାଏଁ, ଭଦ୍ରକରେ ୩୯.୨ ଡିଗ୍ରୀ, ରାୟଗଡ଼ରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଥିଲା। ଅନ୍ୟପକ୍ଷରେ କେବଳ ଦିନରେ ଯେ ଝାଞ୍ଜି ପ୍ରବାହିତ ହେବ ତାହା ନୁହେଁ, ରାତିରେ ମଧ୍ୟ ଉଷ୍ମତା ବଢ଼ିବ। ଆସନ୍ତାକାଲି କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୁବର୍ଣ୍ଣପୁର ଏବଂ ମାଲକାନଗିରି ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ରାତି ଉଷ୍ମତା ବୃଦ୍ଧି ନେଇ ପାଣିପାଗ କେନ୍ଦ୍ର ହଳଦିଆ ସତର୍କତା ଜାରି କରିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories