www.samajalive.in
Sunday, December 14, 2025
17.1 C
Bhubaneswar

ଉତ୍ତର ପ୍ରଦେଶ : ଘରୋଇ ସ୍କୁଲରେ ବଢିବନି ୭%ରୁ ଅଧିକ ଦେୟ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଘରୋଇ ସ୍କୁଲ ଆଉ ମନଇଚ୍ଛା ଦେୟ ବଢାଇ ପାରିବେନି । ଏହା ଉପରେ ଉତ୍ତର ପ୍ରଦେଶର ଯୋଗୀ ସରକାର ନୂଆ ଅଙ୍କୁଶ ଲଗାଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏଭଳି ଏକ ବିଧେୟକ ଅନୁମୋଦିତ ହୋଇଛି । ଘରୋଇ ସ୍କୁଲଗୁଡ଼ିକର ମନଇଚ୍ଛା ଦେୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ସୂଚନା ଦେଇଛନ୍ତି । ରାଜ୍ୟପାଳଙ୍କ ଦ୍ୱାରା ମଞ୍ଜୁରୀ ଲାଭ କରିବା ପରେ ଏହା ଆସନ୍ତା ସପ୍ତାହରେ ଲାଗୁ ହେବ । ଏଥିପାଇଁ ସରକାର ଏକ ନିର୍ଦେଶାବଳୀ ଜାରି କରିବେ ବୋଲି ସେ ସୂଚନା ଦେଇଛନ୍ତି । ବର୍ଷକୁ ୨୦,୦୦୦ ଟଙ୍କାରୁ ଅଧିକ ଦେୟ (ଫି’) ନେଉଥିବା ଘରୋଇ ସ୍କୁଲଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ । ୨୦୧୮-୧୯ ଶିକ୍ଷା ବର୍ଷରୁ ଏହି ନିର୍ଦେଶାବଳୀ ଲାଗୁ ହେବ । ଏହି ଫି’ ମଧ୍ୟରେ ପଞ୍ଜିକରଣ ଶୁଳ୍କ, ପଢା ଖର୍ଚ୍ଚ, ମେସ୍‌, ବୋର୍ଡିଂ, ବସ୍‌ ସେବା ଆଦିର ଦେୟ ଅନ୍ତର୍ଭୁକ୍ତ ରହିଛି । ଶିକ୍ଷା ବର୍ଷ ଆରମ୍ଭର ଦୁଇ ମାସ ମଧ୍ୟରେ ସ୍କୁଲ ୱେବସାଇଟରେ ଏନେଇ ତଥ୍ୟ ଉପଲବ୍ଧ କରିବାକୁ ପଡିବ । ଏକ ଧାର୍ଯ୍ୟ ଦୋକାନରୁ ଜୋତା, ମୋଜା, ସ୍କୁଲ ପୋଷାକ କିଣିବାକୁ ବାଧ୍ୟ କରାଯାଇପାରିବ ନାହିଁ । ୫ ବର୍ଷ ପର୍ଯ୍ୟନ୍ତ ସ୍କୁଲ ପୋଷାକ (ୟୁନିଫର୍ମ) ବଦଳା ହୋଇ ପାରିବ ନାହିଁ । ପ୍ରତ୍ୟକ ସ୍କୁଲ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଦେୟର ହିସାବ ନିଜ ୱେବସାଇଟରେ ଡିସେମ୍ବର ୩୧ ସୁଦ୍ଧା ଅପଲୋଡ କରିବେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories