www.samajalive.in
Saturday, December 6, 2025
17.1 C
Bhubaneswar

କଞ୍ଚା ରସୁଣ ଖାଇଲେ ମିଳିବ ଏହି ୬ଟି ଲାଭ

ସମାଜ ଡିଜିଟାଲ ଡେସ୍କ: ଯେକୌଣସି ଖାଦ୍ୟରେ ରସୁଣ ମିଶାଇଲେ ତାହାର ସ୍ୱାଦ ଦ୍ୱିଗୁଣିତ ହୋଇଥାଏ। ଏହାବ୍ୟତୀତ ରସୁଣର ଅନେକ ଔଷଧୀୟ ଗୁଣ ରହିଛି। କଞ୍ଚା ରସୁଣ ପାଖୁଡା ଚୋବାଇ ଖାଇବା ଦ୍ୱାରା ଅନେକ ପ୍ରକାର ପେଟ ରୋଗ ସମସ୍ୟା ଓ ଥଣ୍ଡା ଦୂର ହୋଇଥାଏ। ଏହାସହିତ ହୃଦଘାତର ଆଶଙ୍କା କମିଯାଏ। କଞ୍ଚା ରସୁଣରେ କାର୍ବୋହାଇଡ୍ରେଟ୍‌‌, ଫସଫରସ୍‌‌, ଡାଏଟାରୀ ଫାଇବର, ପ୍ରୋଟିନ୍‌‌, ପୋଟାସିୟମ, ଆଇରନ୍‌‌, ଭିଟାମିନ୍‌‌ ସି, ବି-୬, ମାଙ୍ଗାନିଜ୍‌‌, କ୍ୟାଲସିୟମ, ସେଲେନିୟମ୍‌‌, ଫାଇବର ଇତ୍ୟାଦି ଭରପୂର ରହିଥାଏ। ଚାଲନ୍ତୁ ଜାଣିବ କଞ୍ଚା ରସୁଣ ଖାଇଲେ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପଡେ।

କଞ୍ଚା ରସୁଣ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଏକ ରିପୋର୍ଟ ଅନୁସାରେ ରସୁଣରେ ଆଣ୍ଟିଫଙ୍ଗାଲ୍‌‌, ଆଣ୍ଟିଭାଇରାଲ, ଆଣ୍ଟିବ୍ୟାକ୍ଟେରିଆଲ ଭରପୂର ରହିଛି। ଯାହା ପ୍ରତିରକ୍ଷା ପ୍ରଣାଳୀକୁ ସୁସ୍ଥ ରଖେ ଏବଂ ଏହାକୁ ସମର୍ଥନ କରେ। ସଂକ୍ରମଣ ସହିତ ମଧ୍ୟ ଲଢିବାକୁ ଶକ୍ତି ଯୋଗାଇଥାଏ। ରସୁଣରେ ଭିଟାମିନ୍‌‌-ସି ମଧ୍ୟ ରହିଥାଏ ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।

- Advertisement -

ହାର୍ଟକୁ ସୁସ୍ଥ ରଖେ ରସୁଣ। କଞ୍ଚା ରସୁଣ ଖାଇବା ଦ୍ୱାରା ଆପଣଙ୍କ ହାର୍ଟ କୌଣସି ରୋଗର ଶିକାର ହେବ ନାହିଁ। ରକ୍ତଚାପ ସ୍ୱାଭାବିକ ରହିଥାଏ, ଯାହାକି ହାର୍ଟକୁ ସୁସ୍ଥ ରଖିବାରେ ଉନ୍ନତି ଆଣିଥାଏ। କଞ୍ଚା ରସୁଣ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ସ୍ତର ବଢିନଥାଏ। କେବଳ ଏତିକି ନୁହେଁ, ଏହା ରକ୍ତ ଜମାଟ ବାନ୍ଧିବାରେ ମଧ୍ୟ ରୋକିଥାଏ। ଯାହା ହୃଦରୋଗ ଏବଂ ଷ୍ଟ୍ରୋକର ଆଶଙ୍କା ହ୍ରାସ କରିଥାଏ।

ଅନେକ ଲୋକଙ୍କ ଶରୀରରେ ଗୋଡ ହାତ କିଛି କାରଣ ପାଇଁ ଅଧିକାଂଶ ସମୟ ଫୁଲିବାରେ ଲାଗେ। କଞ୍ଚା ରସୁଣ ଖାଇବା ଦ୍ୱାରା ଶରୀର ଫୁଲିବା ଭଳି ସମସ୍ୟା ଦେଖାଯାଇନଥାଏ। ଯେହେତୁ ରସୁଣରେ ଏକ ପ୍ରକାର ସଲଫର ଅଛି। ଯାହାର ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି। ଏହା ଶରୀରକୁ ଫୁଲିବାରୁ ଅଟକାଇଥାଏ। ଗଣ୍ଠି ଯନ୍ତ୍ରଣା, ଗୋଡ ହାତ ଫୁଲିବା ଭଳି ସମସ୍ୟାକୁ ହ୍ରାସ କରିଥାଏ।

କଞ୍ଚା ରସୁଣ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ସରଳ ହୋଇଥାଏ। ଖାଦ୍ୟରେ କଞ୍ଚା ରସୁଣ ଖାଇଲେ ସହଜରେ ହଜମ ହେବା ଦ୍ୱାରା ପେଟ ଜନିତ ସମସ୍ୟାରୁ ଆପଣ ସୁରକ୍ଷିତ ରହିପାରିବେ। ପେଟରେ ପାକସ୍ଥଳୀ ସଂକ୍ରମଣକୁ ହ୍ରାସ କରିବାରେ ସହାୟକ ହୋଇଥାଏ।

କର୍କଟ ରୋଗର ଆଶଙ୍କା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ରସୁଣ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ସହିତ ଜଡିତ କର୍କଟ ରୋଗ ହେବାର ଆଶଙ୍କା କମିଯାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଅଛି, ଯାହା ଶରୀରରେ କର୍କଟ କୋଷକୁ ବଢାଇବାରେ ଅଟକାଇବ।

ରସୁଣ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। କାରଣ ଏହା ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର ଅଟେ। ଆଣ୍ଟିଅକ୍ସିଡାଣ୍ଟ ଶରୀରରେ ଫ୍ରି ରେଡିକାଲ୍ସର କୌଣସି ପ୍ରଭାବ ପକାଇବାକୁ ଦିଏ ନାହିଁ। ଏହାସହିତ ଅକ୍ସିଡେଟିଭ୍‌‌ ଚାପ ଏବଂ କ୍ରନିକ୍‌‌ ରୋଗର ଆଶଙ୍କା ହ୍ରାସ କରିବାରେ ସହାୟକ ହୋଇଥାଏ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories