www.samajalive.in
Sunday, December 7, 2025
26.1 C
Bhubaneswar

ଆଇପିଏଲ୍ ମହାସମର: ପଞ୍ଜାବକୁ ହରାଇଲା ଲକ୍ଷ୍ନୌ, ଆଜି ଗୁଜୁରାଟ-ହାଇଦ୍ରାବାଦ ଓ ଦିଲ୍ଲୀ-ଚେନ୍ନାଇ ମଧ୍ୟରେ ଟକ୍କର

ଲକ୍ଷ୍ନୌ : ପଦାର୍ପଣରେ ୨୧ ବର୍ଷ ବୟସ୍କ ଫାଷ୍ଟବୋଲର ମୟଙ୍କ ଯାଦବ ତାଙ୍କର ତୀବ୍ର ଗତି ବଳରେ ପଞ୍ଜାବ କିଙ୍ଗ୍‌ସର ବ୍ୟାଟିଂକୁ ଧ୍ବସ୍ତ କରିଛନ୍ତି। ଫଳରେ ଚଳିତ ଆଇପିଏଲ୍‌ରେ ଶନିବାର ପଞ୍ଜାବକୁ ୨୧ ରନ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ପରାସ୍ତ କରିଛି। କ୍ବିଣ୍ଟନ ଡି କକ୍, ନିକୋଲାସ୍ ପୁରନ୍‌ ଓ କ୍ରୁନାଲ ପାଣ୍ଡ୍ୟାଙ୍କ ଲଢ଼ୁଆ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଲକ୍ଷ୍ନୌ ୮ ୱିକେଟ୍‌ ହରାଇ ୧୯୯ ରନ୍‌ କରିଥିଲା। ଜବାବରେ ୧୦ ଓଭରରେ ବିନା ୱିକେଟରେ ୯୮ ରନ୍‌ କରିବା ପରେ ମଧ୍ୟ ପଞ୍ଜାବ ପରାସ୍ତ ହୋଇଥିଲା। ଜନି ବେୟାରଷ୍ଟୋ ଓ ଶିଖର ଧାୱନ ଙ୍କ ଲଢ଼ୁଆ ଇନିଂସ ସତ୍ତ୍ବେ ପଞ୍ଜାବ ୫ ୱିକେଟରେ ୧୭୮ ରନ୍‌ କରି ପାରିଥିଲା। ଲକ୍ଷ୍ନୌ ୨ୟ ମ୍ୟାଚ୍‌ରେ ପ୍ରଥମ ବିଜୟ ହାସଲ କରିଛି।  ଆଜି  ଦୁଇଟି ଗୁରୁତ୍ଵପୂର୍ଣ୍ଣ ମ୍ୟାଚ ରହିଛି। ଗୁଜୁରାଟ-ହାଇଦ୍ରାବାଦ ଓ ଦିଲ୍ଲୀ-ଚେନ୍ନାଇ ମଧ୍ୟରେ ଟକ୍କର ରହିଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories