www.samajalive.in
Sunday, December 7, 2025
16.1 C
Bhubaneswar

ବର୍ଷାର ତାଣ୍ଡବ; ୪୮ ଘଣ୍ଟାରେ ୫୬ ମୃତ, ୨ ଦିନ ପ୍ରବଳ ବର୍ଷା ସମ୍ଭାବନା

ପାଟନା : ବିହାରର ପାଣିପାଗରେ ଗତ କିଛି ଦିନରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ୨ ଦିନ ହେବ ଲଗାତାର ବର୍ଷା ହେବାରୁ ପରିସ୍ଥିତି ଜଟିଳ ହୋଇପଡିଛି । ରାଜ୍ୟରେ ଆହୁରି ୨ ଦିନ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ୧୦ ଜିଲାରେ ପ୍ରବଳ ବର୍ଷା ସହ ବଜ୍ରପାତର ମଧ୍ୟ ସମ୍ଭାବନା ରହିଛି । ଏହି ସମୟରେ ୪୦ ରୁ ୫୦ କିମି ବେଗରେ ପବନ ବହିପାରେ । ଗତ ୪୮ ଘଣ୍ଟାରେ ବିଭିନ୍ନ ସ୍ଥାନରେ ହୋଇଥିବା ପ୍ରବଳ ବର୍ଷା ଓ ବଜ୍ରପାତରେ ୫୬ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ସବୁଠାରୁ ଅଧିକ ମୃତ୍ୟୁ ଗୁରୁବାର ନାଲନ୍ଦାରେ ହୋଇଛି । ମୃତକଙ୍କ ମଧ୍ୟରେ ଶିଶୁ ଅଧିକ ଥିବା କୁହାଯାଉଛି। ବର୍ଷା ପବନରୁ ରକ୍ଷା ପାଇବା ପାଇଁ ଗଛ ତଳେ, ବାହାର ସ୍ଥାନରେ ଥିବା ଲୋକଙ୍କ ମୃତ୍ୟୁ ଘଟିଛି ।
ସେହିପରି ଭୋଜପୁର ଜିଲାରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏପ୍ରିଲ ୧୩ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ବର୍ଷା ହେବ । ଉତ୍ତରଭାରତର କେତେକ ରାଜ୍ୟର ବଜ୍ରପାତ ସହ ବର୍ଷା ହେବ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଉତ୍ତର ଏବଂ ଉତ୍ତର-ପୂର୍ବ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି।

୧୦୦ ବର୍ଷ ପରେ.. ଏଥର ହନୁମାନ ଜୟନ୍ତୀରେ ଅଦ୍ଭୁତ ଓ ଦୁର୍ଲ୍ଲଭ ସଂଯୋଗ, ଏହି ରାଶି ହେବେ ମାଲାମାଲ୍‌, କିଣିବେ ଭୂମି, ହେବ ବିବାହ, ମିଳିବ ଚାକିରି, ରହିବନି ଚିନ୍ତା..

ଖୁସି ଖବର; ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍‌ଭୋଗୀଙ୍କ ବଢିଲା ମହଙ୍ଗା ଭତ୍ତା

- Advertisement -

ମାତ୍ର ୧୩ ଟଙ୍କା.. ବିଏସଏନଏଲର ଜବରଦସ୍ତ ପ୍ଲାନ୍‌ ,ମାସକୁ ୭୦ ଜିବି ଡାଟା ସହ ମିଳିବ ଅନେକ ସୁବିଧା

ଦେଖନ୍ତୁ ଭିଡିଓ; ଚଳନ୍ତା ଟ୍ରେନ୍‌ରୁ ଚୋରି କରୁଥିଲେ ମୋବାଇଲ୍‌, ଖାଇଲେ ନିସ୍ତୁକ ମାଡ

ବଡ ଝଟକା ; ପୁଣି ବଢିଲା ସୁନା ଦାମ୍‌

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories