mission shakti banner

ସମ୍ବଲପୁରରେ ଡାଇରିଆ ବ୍ୟାପିବା ୨୫ ବର୍ଷ ଶାସନର ରୂପନ୍ତରଣ କି – ବିଧାୟକ ନାଉରୀ ନାୟକ

BSKY banner  750×100

ସମ୍ବଲପୁର: ସମ୍ବଲପୁର ସହରରେ ଦୂଷିତ ଜଳ ପାଇଁ ୨୦୧୪ ମସିହାରେ ଜଣ୍ଡିସର କରାଳ ଆତଙ୍କ ଖେଳି ଯାଇଥିବା ସହିତ ଅନେକ ବହୁମୁଲ୍ୟ ଜୀବନ ହାନି ହୋଇଥିଲା। ରାଜ୍ୟରେ ସରକାରଙ୍କ ଅବ୍ୟବସ୍ଥା ତଥା ଦୂଷିତ ପାନୀୟ ଜଳ କାରଣରୁ ଲୋକେ ୨୦୧୮ ଓ ୨୦୧୯ ରେ ମଧ୍ୟ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଥିଲେ। ଏତେ ଥର ସମ୍ବଲପୁରରେ ଦୂଷିତ ଜଳ ପାଇଁ ଜନତା ରୋଗାକ୍ରାନ୍ତ ହେବା ସତ୍ୱେ ରାଜ୍ୟ ସରକାର ନ ଚେତିବା ଦୁର୍ଭାଗ୍ୟଜନକ ଅଟେ। ପୁଣି ଥରେ ଚଳିତ ବର୍ଷ ହୀରାକୁଦ ସମେତ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସରକାରଙ୍କ ମନମୁଖୀ ଶାସନ ବ୍ୟବସ୍ଥା ଓ ଅପରାଗତା କାରଣରୁ ଡାଇରିଆରେ ଲୋକେ ଆକ୍ରାନ୍ତ ହେବା ସହିତ ମୃତ୍ୟୁର ସମ୍ମୁଖୀନ ହେବା ଏବଂ ଶତାଧିକ ବ୍ୟକ୍ତି ଭିମସାରରେ ଭର୍ତ୍ତି ହୋଇ ଚିକିତ୍ସାଧିନ ରହିଛନ୍ତି। ଦୀର୍ଘ ୨୫ ବର୍ଷର ଶାସନରେ ସ୍ୱଚ୍ଛ ପାନୀୟ ଜଳର ବ୍ୟବସ୍ଥା କରି ନ ପାରିବା କଣ ସରକାରର ରୂପାନ୍ତରଣ ବୋଲି ବିଜେଡି ନେତା ରୋହିତ ପୂଜାରୀଙ୍କ ବୟାନର ପ୍ରତିକ୍ରିୟାରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ କହିଛନ୍ତି।

ସେ କହିଛନ୍ତି ଯେ ବିଜେଡି ନେତା ରୋହିତ ପୂଜାରୀ ନିଜ ଦଳର ବାସ୍ତବ ବିଫଳତା କଥାକୁ ସାମ୍ନାକୁ ଆଣିଥିବାରୁ ଧନ୍ୟବାଦ। ନିଜର ଅପାରଗତାକୁ ଲୁଚାଇବା ପାଇଁ ଅନ୍ୟକୁ ଦୋଷ ଦେବା ବିଜେଡିର ଦଳଗତ ଅଭ୍ୟାସ। ତାଙ୍କ ସରକାର ଦୀର୍ଘ ୨୫ ବର୍ଷର ଶାସନରେ ସମ୍ବଲପୁର ବିଭିନ୍ନ ପଡାରେ ଅବ୍ୟବସ୍ଥା ଦେଖାଯାଇଛି। ସମ୍ବଲପୁରରେ ରାସ୍ତା, ନାଳର ଅବ୍ୟବସ୍ଥା ସହ ଟାଉନ ହଲ୍ ନଥିବା ସେ ଯେଉଁ ଅଭିଯାଗ ଆଣିଛନ୍ତି, ତାହା ତାଙ୍କ ଦୁର୍ନୀତିଗ୍ରସ୍ତ ୨୫ ବର୍ଷ ସରକାରର ଅପାରଗତା ପାଇଁ ହୋଇଛି। ଆଜି ରାଜ୍ୟରେ ଯଦି ଯୁବକମାନେ ପଥଭ୍ରଷ୍ଟ ହେଉଛନ୍ତି, ଦାଦନ ଖଟିବାକୁ ଯାଉଛନ୍ତି ତେବେ ତାହାର ପ୍ରମୁଖ କାରଣ ହେଲା ବିଜେଡି ସରକାର।

Comments are closed.