www.samajalive.in
Sunday, December 14, 2025
19.1 C
Bhubaneswar

ବନ ବିଭାଗ ଦ୍ୱାରା ମୁର୍ମୂଷୁ ଅବସ୍ଥାରେ ଗାଡଭାଲୁ ଉଦ୍ଧାର

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ନୂଆକୋଡାଶିଙ୍ଗା ଗ୍ରାମରୁ ଶନିବାର ବନବିଭାଗ ଏକ ଗାଡ଼ଭାଲୁକୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରିଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ସକାଳେ ନୂଆକୋଡାସିଙ୍ଗା ଗ୍ରାମ୍ୟ ଜଙ୍ଗଲ ନିକଟରେ ଏକ ଗାଡଭାଲୁ ମୁର୍ମୂଷୁ ଅବସ୍ଥାରେ ପଡ଼ିଥିବା ବନ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଁଚି ଭାଲୁଟିକୁ ଉଦ୍ଧାର କରିଥିଲା।

ଭାଲୁ ବାମଗୋଡ଼ ପାର୍ଶ୍ଵରେ ଏବଂ ପେଟ ସହିତ ମଳଦ୍ୱାର ମୁହଁରେ ଘା ସହିତ ପୋକ ହୋଇଯାଇଥିବା ଦେଖିବାକୁ ମିଳିଥିଲା।ଭାଲୁର ଚିକିତ୍ସା ପାଇଁ ବନବିଭାଗ ହରଭଙ୍ଗା ପଶୁ ଚିକିତ୍ସା କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ହରଭଙ୍ଗା ବିଭିଓ ବୀରେନ୍ଦ୍ର ପୃଷ୍ଟି ଭାଲୁର ଚିକିତ୍ସା ପରେ ତାକୁ ଚାରିଛକ ବନବିଭାଗ ନର୍ସରିରେ ସାଇତି ରଖାଯାଇଛି।

- Advertisement -

ଆଜି ଭାଲୁ ଉଦ୍ଧାର ସମୟରେ ପୁରୁଣାକଟକ ରେଞ୍ଜ ଅଫିସର ଜୟନ୍ତ କୁମାର ଦାଶ, କୁଶଙ୍ଗ ବନପାଳ ଚିତ୍ତରଞ୍ଜନ ପ୍ରଧାନ, ଚାରିଛକ ବନପାଳ ସତୀଶ ରଞ୍ଜନ କମ୍ପ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories