www.samajalive.in
Saturday, December 6, 2025
17.1 C
Bhubaneswar

ବୈତରଣୀରୁ ନିଖୋଜ ଯୁବକର ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଡାଳପକା ଗ୍ରାମ ନିକଟ ବୈତରଣୀ ନଦୀ ଘାଟରୁ ଜଣେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ଡାଳପକା ଗ୍ରାମର ପଗରାମ ମୁଣ୍ଡାଙ୍କ ପୁଅ ଦୋଳ ଗୋବିନ୍ଦ ମୁଣ୍ଡା (୨୯) ବୋଲି ଜଣାପଡିଛି। ସେ ବୁଧବାର ବୈତରଣୀ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ। ଶୁକ୍ରବାର ତାଙ୍କ ମୃତଦେହ ଡାଳପକା ନିକଟ ବୈତରଣୀ ନଦୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ତାଙ୍କ ପରିବାର ସହ ପାଟଣା ଥାନାକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପାଟଣା ଥାନା ସବ୍ ଇନ୍ସପେକ୍ଟର ମନୋରମା ସ୍ବାଇଁ ପହଞ୍ଚି ପାଟଣା ଅଗ୍ନିଶମବାହିନୀ ସହାୟତାରେ ନଦୀ ଭିତରୁ ମୃତଦେହ ଉଦ୍ଧାର କରିଛନ୍ତି। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପୁଲିସ ଘଟଣାର ତଦନ୍ତ କରୁଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories