କେନ୍ଦୁଝର: ବଳଦେବଜୀଉ ମନ୍ଦିର ହୁଣ୍ଡିରୁ ଚୋରି। ଗୁରୁବାର ବିଳମ୍ବିତ ରାତିରେ ବଳଦେବଜୀଉ ମନ୍ଦିର ହୁଣ୍ଡି ତାଡି ସେଥିରେ ଥିବା ଟଙ୍କା ଓ ଅନ୍ୟାନ୍ୟ ଦାନ ସାମଗ୍ରୀ ସବୁ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ମନ୍ଦିର ପ୍ରବେଶ ଦ୍ୱାର ମୁହଁରେ ଥିବା ହୁଣ୍ଡି ତାଡି ଟଙ୍କା ସବୁ ନେଇଯାଇଥିବା ବେଳେ ଖୁଚୁରା ପଇସା ସବୁ ମନ୍ଦିର ପ୍ରଙ୍ଗଣରେ ଫିଙ୍ଗି ଦେଇଛନ୍ତି। ଗତ ରଥଯାତ୍ରା ପରଠାରୁ ହୁଣ୍ଡି ତାଲା ଖୋଲା ଯାଇନଥିବାରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Popular Categories



