www.samajalive.in
Monday, December 15, 2025
27.1 C
Bhubaneswar

ନାଲକୋର ନୂତନ ଉତ୍ପାଦ ଆଲୁମିନିୟମ ଆଲୟ ଇଂଗଟ୍ ଏଏଲ-୫୯ର ବଜାର ପ୍ରବେଶ

ଅନୁଗୋଳ/ଭୁବନେଶ୍ଵର:ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନାଲକୋ ପକ୍ଷରୁ ଆଜି ଏକ ନୂତନ ଆଲୁମିନିୟମ ଆଲୟ ଇଂଗଟ୍ ଏଏଲ-୫୯ର ବଜାର ପ୍ରବେଶ କରାଯାଇଛି। ଆଲୁମିନିୟମ ଆଲୟ ଇଂଗଟ୍ ଏଏଲ-୫୯ ମୁଖ୍ୟତଃ ବୈଦୁତିକ ସଞ୍ଚାରଣ ଓ ବିତରଣ କ୍ଷେତ୍ରରେ ବ୍ୟବହୃତ କଣ୍ଡକ୍ଟର ଉତ୍ପାଦନ ନିମନ୍ତେ ବ୍ୟବହାର କରାଯାଇଥାଏ। ଭାରତ ସରକାରଙ୍କ ଦ୍ଵାରା ସଂଶୋଧିତ ବିତରଣ କ୍ଷେତ୍ର ଯୋଜନା(ଆରଡିଏସଏସ)ଆରମ୍ଭ ହେବା ପରେ ଏହାର ବହୁଳ ବ୍ୟବହାର କରାଯାଉଛି। ଏହି ଧାତୁରୁ ପ୍ରସ୍ତୁତ କଣ୍ଡକ୍ଟର ଗୁଣାତ୍ମକ ହେବା ସହ ତିଆରି କରୁଥିବା କମ୍ପାନୀ ନିମନ୍ତେ ଏକ ସ୍ଵତନ୍ତ୍ର ବଜାର ଚାହିଦା ସୃଷ୍ଟି କରିବ।ଆଲୁମିନିୟମ ଆଲୟ ଇଂଗଟ୍ ଏଏଲ-୫୯ରୁ ତିଆରି କଣ୍ଡକ୍ଟର ଗୁଡ଼ିକୁ ଭିନ୍ନ ଭିନ୍ନ ଭୋଲଟେଜ(ଲୋ ଠାରୁ ଅଲ୍ଟ୍ରା ହାଇ) ଥିବା ବୈଦୁତିକ ସଞ୍ଚାରଣ ଓ ବିତରଣ ଲାଇନରେ ବ୍ୟବହାର କରାଯାଇଥାଏ। ଏହି ଆଲୟର ଅବକ୍ଷୟ ପ୍ରତିରୋଧି ଗୁଣ ଥିବା ଯୋଗୁଁ ଏହା ବିଶେଷ ଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ବୈଦୁତିକ ସଞ୍ଚାରଣ ଏବଂ ବିତରଣରେ ବ୍ୟବହାର ନିମନ୍ତେ ଉପଯୁକ୍ତ ଅଟେ। କଣ୍ଡକ୍ଟର ଉତ୍ପାଦନକାରୀମାନେ ବର୍ତ୍ତମାନ ନାଲକୋର ଆଲୁମିନିୟମ ଆଲୟ ଇଂଗଟ୍ ଏଏଲ-୫୯ କ୍ରୟ କରିପାରିବେଏବଂ ଏହାକୁ ଏଏଲ-୫୯ କଣ୍ଡକ୍ଟର ଉତ୍ପାଦନ ନିମନ୍ତେ ବ୍ୟବହାର କରିପାରିବେ।

ଉତ୍ପାଦର ପ୍ରଥମ ଗ୍ରାହକ ଏବଂ ନାଲକୋର ସ୍ମେଲଟର ଆଣ୍ଡ ପାୱାର କମ୍ପ୍ଲେକ୍ସର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କମ୍ପାନୀର ନିର୍ଦ୍ଦେଶକ(ବାଣିଜ୍ୟିକ) ସଦାଶିବ ସାମନ୍ତରାୟ ଏହି ନୂତନ ଆଲୁମିନିୟମ୍ ଆଲୟଇଙ୍ଗଟର ବଜାର ପ୍ରବେଶ କରାଇଥିଲେ। ନୂତନ ଉତ୍ପାଦର ଶୁଭାରମ୍ଭ ପାଇଁ ସିଏମଡି ଶ୍ରୀଧର ପାତ୍ର ସ୍ମେଲଟର ଏବଂ ମାର୍କେଟିଂ ଟିମକୁ ଅଭିନନ୍ଦନ ଜଣାଇବା ସହ ଏହା ଏକ ଭବିଷ୍ୟତମୁଖୀ ଉତ୍ପାଦ ବୋଲି କହିଛନ୍ତି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories