www.samajalive.in
Saturday, December 13, 2025
26.1 C
Bhubaneswar

ସ୍ୱତନ୍ତ୍ର କ୍ଷମତା ଆଇନ ଆଫସ୍ପା ଅବଧି ବୃଦ୍ଧି କଲେ ସରକାର

ଡେସ୍କ: ନାଗାଲାଣ୍ଡର ୮ଟି ଜିଲ୍ଲା ଏବଂ ଅରୁଣାଚଳ ପ୍ରଦେଶର ୩ଟି ଜିଲ୍ଲାରେ କେନ୍ଦ୍ର ସରକାର ସଶସ୍ତ୍ର ବାହିନୀ (ସ୍ବତନ୍ତ୍ର କ୍ଷମତା) ଆଇନ (ଆଫସ୍ପା)କୁ ଆସନ୍ତା ମାସ ପହିଲାରୁ ବୃଦ୍ଧି କରିଛନ୍ତି। ନାଗାଲାଣ୍ଡର ଅନ୍ୟ ୫ଟି ଜିଲ୍ଲାର ୨୧ଟି ଥାନା ଏବଂ ଅରୁଣାଚଳ ପ୍ରଦେଶର ଅନ୍ୟ ଏକ ଜିଲ୍ଲାର ୩ଟି ଥାନାକୁ ମଧ୍ୟ ଏହାକୁ ସଂପ୍ରସାରଣ କରାଯାଇଛି। ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶର କେତେକ ଜିଲ୍ଲା ଏବଂ ଥାନା ଅଞ୍ଚଳରେ ଆଫସ୍ପା ଅନେକ ବର୍ଷ ଧରି କାର୍ଯ୍ୟକାରୀ ହେଉଛି ଏବଂ ଏହାକୁ ସମୟକ୍ରମେ ବୃଦ୍ଧି କରାଯାଉଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀ ଓ କଂଗ୍ରେସ ବ୍ୟାଙ୍କ ଆକାଉଣ୍ଟ ଅଚଳ ପ୍ରସଙ୍ଗ – ବିଦେଶୀ ସରକାରଙ୍କ ମନ୍ତବ୍ୟକୁ ନେଇ ଭାରତ କ୍ଷୁବ୍ଧ

- Advertisement -

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିର ଅଧିକ ସମୀକ୍ଷା କରାଯାଇଛି। ତେଣୁ ନାଗାଲାଣ୍ଡର ଦିମାପୁର, ନିଉଲାଣ୍ଡ, ଚୁମୁକେଡିମା, ମୋନ, କିଫିରେ, ନୋକଲକ, ଫେକ୍ ଏବଂ ପେରେନ୍ ଜିଲ୍ଲା ଏବଂ ମୋକୋକ୍ଚୁଙ୍ଗ ଓ ଜୁନେବୋଟୋ ଜିଲ୍ଲାର ୬ଟି ଲେଖାଏଁ ଥାନା ଅଧୀନରେ ଥିବା ଅଞ୍ଚଳ, କୋହିମାରେ ୪ଟି, ଓଖାରେ ୩ଟି ଏବଂ ଲଙ୍ଗଲେଙ୍ଗର ଗୋଟିଏ ଥାନା ଅଧୀନରେ ଥିବା ଅଞ୍ଚଳଗୁଡ଼ିକୁ ଏପ୍ରିଲ ପହିଲାରୁ ୬ ମାସ ପାଇଁ ଅଶାନ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।

ଟ୍ରେନ ଓ ରାସ୍ତା ମଝିରେ ରିଲ୍ସ ତିଆରି ଅଭିଯୋଗରେ ୨ ଯୁବତୀ ଗିରଫ

ସେହିପରି ଅରୁଣାଚଳ ପ୍ରଦେଶରେ ତିରାପ, ଚାଙ୍ଗଲାଙ୍ଗ ଓ ଲଙ୍ଗଡିଙ୍ଗ ଜିଲ୍ଲା ଏବଂ ଆସାମ ସୀମାବର୍ତ୍ତୀ ରାଜ୍ୟର ନାମସାଇ ଜିଲ୍ଲାର ନାମସାଇ, ମହାଦେବପୁର ଓ ଚୌଖମ୍ ଥାନା ଅଧୀନରେ ଥିବା ଅଞ୍ଚଳକୁ ଅଶାନ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories