www.samajalive.in
Sunday, December 14, 2025
19.1 C
Bhubaneswar

ସୁରକ୍ଷା ବଳୟ ଭାଙ୍ଗି ପଡ଼ିଆରେ ପଶିଲେ କୋହଲିଙ୍କ ପ୍ରଶଂସକ, ଘୋଷାଡ଼ି ନେଇ  ନିସ୍ତୁକ ମାଡ଼ ମାରିଲେ ସୁରକ୍ଷାକର୍ମୀ

ବେଙ୍ଗାଲୁରୁ : ତାଙ୍କ ସ୍ବପ୍ନର କ୍ରିକେଟ୍‌ ତାରକା ବିରାଟ କୋହଲିଙ୍କୁ ଆଲିଙ୍ଗନ କରିବାର ପ୍ରୟାସ ପ୍ରଶଂସକଙ୍କ ପାଇଁ କାଳ ପାଲଟିଛି। ଉକ୍ତ ପ୍ରଶଂସକଙ୍କୁ ନିରାପତ୍ତା କର୍ମୀ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରି ଦେଇଛନ୍ତି। ସୋମବାର ଏଠାରେ ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ଆର୍‌ସିବି ରନ୍‌ର ପିଛା କରୁଥିବା ବେଳେ କୋହଲି କ୍ରିଜ୍‌ରେ ଥିଲେ।

ସୁରକ୍ଷା ବଳୟ ଭାଙ୍ଗି ଉକ୍ତ ପ୍ରଶଂସକ ପଡ଼ିଆ ମଧ୍ୟକୁ ଦୌଡ଼ିଯାଇ କୋହଲିଙ୍କୁ ଆଲିଙ୍ଗନ କରିଥିଲେ। ତୁରନ୍ତ କିଛି ସୁରକ୍ଷା କର୍ମୀ ଉକ୍ତ ପ୍ରଶଂସକଙ୍କୁ ଘୋଷାଡ଼ି ପଡ଼ିଆରୁ ବାହାରକୁ ନେଇ ଯାଇଥିଲେ। ଖେଳାଳିଙ୍କ ସୁରକ୍ଷାରେ ଢିଲା ଥିବାରୁ ସିନା ଉକ୍ତ ପ୍ରଶଂସକ ପଡ଼ିଆରେ ପଶିପାରିଲେ; ହେଲେ ତାଙ୍କ ଉପରେ ସମସ୍ତ ରାଗ ସୁଝାଇଲେ ସୁରକ୍ଷା କର୍ମୀ।

- Advertisement -

ତାଙ୍କୁ ପଡ଼ିଆରୁ ଷ୍ଟାଡିୟମ୍‌ ମଧ୍ୟ​ରେ ଥିବା ଏକ ପତଳା ଗଳିକୁ ସେମାନେ ନେଇ ଯାଇଥିଲେ। ୩/୪ ଜଣ ବ୍ୟକ୍ତି ଉକ୍ତ ପ୍ରଶଂସକଙ୍କୁ ଯିଏ ଯେପରି ପାରିଲା; ମାରି ଚାଲିଥିଲେ। ବିଧା, ଗୋଇଠା, ମୁଥ ଉକ୍ତ ପ୍ରଶଂସକଙ୍କ ଉପରେ ବର୍ଷିଥିଲା। ଏତେ ମାଡ଼ ଖାଇ ଉକ୍ତ ପ୍ରଶଂସକ ଆଉ ଉଠି ପାରିନଥିଲେ। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories