www.samajalive.in
Sunday, December 14, 2025
16.1 C
Bhubaneswar

ହୀରାକୁଦରେ ହଇଜା ବ୍ୟାପିବା ଘଟଣା: ଓଏଚ୍‌ଆର୍‌ସିରେ ମାମଲା ରୁଜୁ

କଟକ : ସମ୍ବଲପୁର ଜିଲା ହୀରାକୁଦ ଅଞ୍ଚଳରେ ହଇଜା ବ୍ୟାପିବା ଘଟଣାରେ ବୁଧବାର  ଓଡ଼ିଶା ମାନବିକ ଆୟୋଗ(ଓଏଚ୍‌ଆର୍‌ସି)ରେ ଏକ ମାମଲା ରୁଜୁ ହୋଇଛି। ମାମଲାର ପକ୍ଷମାନଙ୍କୁ ଆୟୋଗଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ପାଇଁ ଆବେଦନକାରୀ ହାଇକୋର୍ଟର ଆଇନଜୀବୀ ଶିବଶଙ୍କର ମହାନ୍ତି ନିବେଦନ କରିଛନ୍ତି। ନିରାପଦ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଅବହେଳା ଓ ରାଜ୍ୟ ଜଳ ନିୟମ ଏବଂ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ମିଶନର ବିଫଳତାକୁ ନେଇ ଆୟୋଗଙ୍କ ନିକଟରେ ପ୍ରତିପକ୍ଷମାନେ ଜବାବ ରଖିବାକୁ ପିଟିଶନ୍‌ରେ ଦର୍ଶାଯାଇଛି। ଏହି ସମସ୍ୟାର ନିରାକରଣ ପାଇଁ କି ପଦକ୍ଷେପ ନିଆଯାଇଛି ତାହା ଜଣାଇବା ପାଇଁ ମଧ୍ୟ ପ୍ରାର୍ଥନା କରାଯାଇଛି। ଏଥିସହ ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ନୂତନ ନାଶନାଲ ଓ୍ବାଟର ପଲିସି ଲାଗୁ କରିବା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ମଧ୍ୟ ଜବାବ ରଖିବା ନିମନ୍ତେ ପ୍ରାର୍ଥନା କରାଯାଇଛି। ଏଥିରେ ରାଜ୍ୟ ସରକାରଙ୍କ ମୁଖ ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ, ସମ୍ବଲପୁର ଜିଲାପାଳ, ସମ୍ବଲପୁର ପୌର ନିଗମ କମିସନର ଓ ଓଡ଼ିଶା ସରକାରଙ୍କ ଜନସ୍ବାସ୍ଥ୍ୟ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories