www.samajalive.in
Sunday, December 7, 2025
18.1 C
Bhubaneswar

ହୀରାକୁଦରେ ଝାଡ଼ାବାନ୍ତି: ଆଉ ଜଣେ ବୃଦ୍ଧାଙ୍କ ମୃତ୍ୟୁ, ସଂଖ୍ୟା ୩କୁ ବୃଦ୍ଧି

ହୀରାକୁଦ  : ଗତ ୧୭ ତାରିଖରୁ ସମ୍ବଲପୁର ଜିଲା ହୀରାକୁଦରେ ଝାଡ଼ାବାନ୍ତି ବ୍ୟାପିଥିଲା। ପୂର୍ବରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବୁଧବାର ରାତିରେ ପୁଣି ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଯମୁନା ବେହେରା ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ବଡ଼ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି।  ତେବେ ସ୍ବାସ୍ଥ୍ୟ ବିଭାଗ ଓ ଜନସ୍ବାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମରେ ଆକ୍ରାନ୍ତ ସଂଖ୍ୟା ନିୟନ୍ତ୍ରଣରେ ରହିଛି।  ବୁଧବାରଠାରୁ ବିଶୋଧନାଗାରରେ କ୍ଲୋରିନ ମାତ୍ରା ବଢାଇବା ପରେ ଆକ୍ରାନ୍ତ ସଂଖ୍ୟା କମିଥିବା ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ସହରରେ ଫାଟିଥିବା ଜଳଯୋଗାଣ ପାଇପର ମରାମତି ଚାଲିଛି। ହୀରାକୁଦ ଡାକ୍ତରଖାନାରେ ମାତ୍ର ଜଣେ ଆକ୍ରାନ୍ତ ଚିକିତ୍ସା ହେଉଛନ୍ତି।  ୱାଟ୍‌କୋର ଚିଫ୍‌ ଅପରେଟିଂ ଅଧିକାରୀ ଶରତ ଚନ୍ଦ୍ର ମିଶ୍ରଙ୍କ କହିବାନୁସାରେ, ହୀରାକୁଦ ଜୟଗୁରୁ ମନ୍ଦିର ସମ୍ମୁଖରେ ଜଳଯୋଗାଣ ପାଇପ ଫାଟିଥିଲା, ତା’ର ମରାମତି କରାଯାଇଛି। ୱାଟ୍‌କୋ ପକ୍ଷରୁ ସହରର ଗଳିକନ୍ଦିରେ ନାଳ ଭିତରେ ଯାଇଥିବା ପାଣିପାଇପର ସଂଯୋଗ କରାଯାଇଛି । ଏବଂ ଅନ୍ୟ ସମସ୍ତ ଫଟା ପାଇପର ମରାମତି କରାଯାଉଛି।  ଡାକବାଜି ଯନ୍ତ୍ର ସହାୟତାରେ ଲୋକଙ୍କୁ ସଚେତନ କରାଯାଇଛି। ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ୧୧ ରୋଗୀ ସୁସ୍ଥ ହେବାପରେ  ଛାଡି ଦିଆଯାଇଛି। ୱାଟ୍‌କୋର ୪୧ ଜଣିଆ ଦଳ ବିଭିନ୍ନ ନାଳ ଭିତରେ ଯାଇଥିବା ପାଣିପାଇପ ବାହାର କରି ସେଠାରେ ନୂତନ ପାଇବ ବିଛାଯିବ ବୋଲି କୁହାଯାଇଛି। ଅନ୍ୟଏକ ସୂତ୍ରରୁ ଜଣାପଡିଛି, ହୀରାକୁଦ ଆଖପାଖ ଗ୍ରାମାଞ୍ଚଳରେ ଝାଡ଼ାବାନ୍ତି ବ୍ୟାପୁଛି। ଆକ୍ରାନ୍ତମାନେ କ୍ୱାକ୍‌ଙ୍କ ଦ୍ୱାରା ଚିକିତ୍ସା କରାଉଛନ୍ତି।  ଅନେକ ଗ୍ରାମାଞ୍ଚଳକୁ ଡାକ୍ତରୀ ଦଳ ପହଞ୍ଚି ପାରିନାହାନ୍ତି। ଯମୁନାଙ୍କ ପରିବାର ଲୋକେ ତାଙ୍କ ମୃତ୍ୟୁ ପାଇଁ ଚିକିତ୍ସାକୁ ଦାୟୀ କରିଛନ୍ତି। ଗତ ୨୨ ତାରିଖ ଜରୁରୀ ପରିସ୍ଥିତିରେ ଯମୁନାଙ୍କୁ ହୀରାକୁଦ ଡାକ୍ତରଖାନାକୁ ଆଣିଥିଲେ।  କିନ୍ତୁ ଶଯ୍ୟା ଅଭାବରୁ ତାଙ୍କୁ ସମ୍ବଲପୁର ଜିଲାମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯମୁନାଙ୍କର ମୃତ୍ୟୁ ଘଟିଛି ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories