www.samajalive.in
Monday, December 15, 2025
24.1 C
Bhubaneswar

ବିଲ୍ଲା ଛକରେ ନାହିଁ ଯାତ୍ରୀ ବିଶ୍ରାମାଗାର, ନିର୍ମାଣ ପାଇଁ ଦାବି             

ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ ଖଜୀରାପାଟ, ଉଦୟପୁର ଓ ବାଇକଳା ପଞ୍ଚାୟତକୁ ସଂଯୋଗ କରୁଥିବା ବିଲ୍ଲା ଛକରେ ଆଜି ପର୍ଯ୍ୟନ୍ତ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରାଯାଇନାହିଁ। ଏହି ଛକରୁ ବ୍ଲକ ମୁଖ୍ୟାଳୟ ,କେନ୍ଦୁଝର ସହର ଆଦି ବିଭିନ୍ନ ସ୍ଥାନକୁ ଯିବା ପାଇଁ ଯାତ୍ରୀମାନେ ବସକୁ ଅପେକ୍ଷା କରିଥାନ୍ତି । ମାତ୍ର ଏଠାରେ ଯାତ୍ରୀ ବିଶ୍ରାମାଗାର ନଥିବାରୁ ରାସ୍ତା କଡରେ ଜିନିଷ ପତ୍ର ରଖି ଖରା ବର୍ଷାରେ ଯାତ୍ରୀଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥାଏ । ତିନୋଟି ପଞ୍ଚାୟତର ଜନ ସାଧାରଣ ଏହି ଛକ ଉପରେ ନିର୍ଭର କରିଥାନ୍ତି । ଲକ୍ଷ୍ମୀ ବସ ଚଳାଚଳ କରିବା ପୂର୍ବରୁ ସରକାର ବହୁ ସ୍ଥାନରେ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରିଥିବାବେଳେ ବିଲ୍ଲା ଛକରେ ତାହା ଏ ପର୍ଯ୍ୟନ୍ତ ନିର୍ମାଣ ହୋଇପାରିନଥିବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଯଥାଶୀଘ୍ର ଏଠାରେ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରିବା ପାଇଁ ଦାବି ହେଉଛି ।

 

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories