www.samajalive.in
Monday, December 15, 2025
15.1 C
Bhubaneswar

ଅଯୋଧ୍ୟାରେ ଏହି ସୁବିଧା ଆଣିଲା ମାରୁତି ସୁଜୁକି, କମିବ ସଡକ ଦୁର୍ଘଟଣା

ଲକ୍ଷ୍ନୌ : ଗାଡି ନିର୍ମାତା କମ୍ପାନୀ ମାରୁତି ସୁଜୁକି ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଏକ ପ୍ରଶଂସାଯୋଗ୍ୟ ପଦକ୍ଷେପ ନେଇଛି । ମାରୁତି ସୁଜୁକି ସୂଚନା ଦେଇଛି କି କମ୍ପାନୀ ଅଯୋଧ୍ୟାରେ ନିଜ ପ୍ରଥମ ଅଟୋମେଟେଡ୍  ଟ୍ରାଇଭିଂ ଟେଷ୍ଟ ଟ୍ରାକ୍(ଏଡିଟିଟି) ଆରମ୍ଭ କରିଦେଇଛି । କମ୍ପାନୀ କହିଛି କି ମାର୍ଚ୍ଚ ଶେଷ ସୁଦ୍ଧା ୟୁପିରେ ଏଭଳି ଆଉ ୪ଟି ଟ୍ରାକ୍ ଚାଲୁ ହୋଇଯିବ । ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡର କର୍ପୋରେଟ୍ ମାମଲାରେ ସିଇଓ ରାହୁଲ ଭାରତୀ ଏକ ବୟାନରେ କହିଛନ୍ତି କି ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ବଢୁଥିବା ସଂଖ୍ୟାକୁ ନଜରରେ ରଖି  ସୁରକ୍ଷା ବ୍ୟବସ୍ଥାକୁ  ମଧ୍ୟ ସୁଧାରିବା ପାଇଁ ଚେଷ୍ଟା କରାଯାଉଛି । ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟ ଟ୍ରାକ ଏହା ସୁନିଶ୍ଚିତ କରିବ କି ସହରରେ କେବଳ କୁଶଳୀ ଡ୍ରାଇଭର ଉପଲବ୍ଧ ଅଛନ୍ତି ।

- Advertisement -

ସଡକ ସୁରକ୍ଷା ପ୍ରତି ଧ୍ୟାନ ଦେଇ ଗୋରଖପୁର, ମଥୁରା, ପ୍ରୟାଗରାଜ ଏବଂ ବାରଣାସୀରେ ମଧ୍ୟ ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟ ଟ୍ରାକ୍ ସ୍ଥାପନ କରାଯାଇଛି । ଖୁବ୍ ଶୀଘ୍ର ଏହା ଚାଲୁ ହୋଇଯିବ । ଗତ ବର୍ଷ ଡିସେମ୍ବର ୨ ତାରିଖରେ ମାରୁତି ସୁଜୁକି ଅଯୋଧ୍ୟା, ଗୋରଖପୁର, ମଥୁରା, ପ୍ରୟାଗରାଜ ଏବଂ ବାରଣାସୀରେ ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟ ଟ୍ରାକ୍ ପାଇଁ ପରିବହନ ବିଭାଗ, ୟୁପି ସରକାରଙ୍କ ସହିତ ଏକ ଚୁକ୍ତି ହସ୍ତାକ୍ଷର କରିଥିଲା । କହିରଖୁଛୁ ଏହି ଟ୍ରାକରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ଡ୍ରାଇଭରଙ୍କ ପରୀକ୍ଷା ନିଆଯାଏ । ଏଥିପାଇଁ ମଣିଷଙ୍କ ଆବଶ୍ୟକ ପଡେନି । କ୍ୟାମେରା ଏବଂ କମ୍ପ୍ୟୁଟର ଦ୍ବାରା ପରୀକ୍ଷା ନିଆଯାଏ ଏବଂ ଡ୍ରାଇଭର ଗାଡି ଚାଳନାରେ କେଉଁଠି ବି ସାମାନ୍ୟ ଭୁଲ୍ କଲେ ଜଣାପଡିଯାଏ । ଏହାକୁ ପାସ୍ କରି ଲାଇସେନ୍ସ ପ୍ରାପ୍ତ କରିଥିବା ବ୍ୟକ୍ତି ଜଣକ ନିଶ୍ଚୟ ଜଣେ କୁଶଳୀ ଡ୍ରାଇଭର ହୋଇଥିବ ଯାହା ଫଳରେ ସଡକ ଦୁର୍ଘଟଣାକୁ କିଛି ମାତ୍ରାରେ ହ୍ରାସ କରିହେବ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories