www.samajalive.in
Sunday, December 14, 2025
14.1 C
Bhubaneswar

ଆଜି ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମାଙ୍କ ଦିନିକିଆ ଓଡିଶା ଗସ୍ତ

ଭୁବନେଶ୍ୱର : ଓଡ଼ିଶାରେ ବିଜେପି ସଙ୍ଗଠନକୁ ସଶକ୍ତ କରିବା ଲାଗି ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା। ଏହି ଅବସରରେ ଶ୍ରୀ ଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗତ ୧୦ ବର୍ଷର ଉପଲବ୍ଧିକୁ ଓଡ଼ିଶାର ଘରେ ଘରେ ପହଞ୍ଚାଇବା, ମୋଦୀଙ୍କ ଯୋଜନାରୁ ବଞ୍ଚିତ ଓଡିଶାର ବିଭିନ୍ନ ବର୍ଗର ଲୋକଙ୍କୁ ସାକ୍ଷାତ କରି ଜନତାଙ୍କୁ ସଚେତନ କରାଇବା ଓ ନିର୍ବାଚନ ଅଭିଯାନକୁ ଗତିଶୀଳ କରିବାର କାର୍ଯ୍ୟକ୍ରମ ରହିଛି। ଏହାସହିତ ଉମରକୋଟରେ ‘ବିକଶିତ ଭାରତ’ ଗଠନ ପାଇଁ ଜନପରାମର୍ଶ ଓ ଜନସହଯୋଗ ପାଇଁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଚିଠିକୁ ରାଜ୍ୟର ୧ କୋଟି ପରିବାର ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ବୈଠକରେ ଯୋଗଦେବେ। ଏହି ଗସ୍ତ ସମୟରେ ଶ୍ରୀ ଶର୍ମା କାର୍ଯ୍ୟକର୍ତ୍ତା ସମ୍ମିଳନୀ ସହ ବଣିକ ସଂଘ ସଦସ୍ୟଙ୍କ ବୈଠକ, ଲାଭାର୍ଥୀ ସମ୍ମିଳନୀ ଓ ଘର ଘର ଜନସଂପର୍କ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ରାଜ୍ୟ ସମ୍ପାଦକ ସରୋଜ କର ସୂଚନା ଦେଇଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories