www.samajalive.in
Monday, December 15, 2025
17.1 C
Bhubaneswar

ଉତ୍କଳ ବିଶ୍ବବିଦ୍ୟାଳୟରେ ଅଧ୍ୟକ୍ଷ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ଦୁଇଦିନିଆ ଅଧ୍ୟକ୍ଷ ସମ୍ମିଳନୀ ଆଜି ବାଣୀବିହାର ଏମକେସିଜି ଅଡିଟୋରିୟମରେ ଉଦଘାଟିତ ହୋଇଯାଇଛି। ପ୍ରଥମ ଦିବସରେ ଖୋର୍ଦ୍ଧା, ନୟାଗଡ଼ ଓ ଯାଜପୁର ଜିଲାର ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହିତ ଭାରପ୍ରାପ୍ତ ପରୀକ୍ଷା ଅଧିକାରୀ, ଆଇକ୍ୟୁଏସି ଏବଂ ନାକ ସଂଯୋଜକ ଯୋଗ ଦେଇଥିଲେ। ଏହି ଅବସରରେ ‘ଜାତୀୟ ଶିକ୍ଷା ନୀତି-୨୦୨୦ ଏବଂ ନାକ ସ୍ବୀକୃତି’ ବିଷୟ ବସ୍ତୁ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କର୍ମଶାଳାରେ ଏକାଡେମିକ ବ୍ୟାଙ୍କ କ୍ରେଡିଟ(ଏବିସି) ସହ ପରୀକ୍ଷାର ସ୍ବୟଂଚାଳିତ ବ୍ୟବସ୍ଥା, ଜାତୀୟ ମୂଲ୍ୟାଙ୍କନ ଏବଂ ସ୍ୱୀକୃତି ପରିଷଦ(ନାକ) ସ୍ବୀକୃତି ଓ ପୁନଃସ୍ବୀକୃତି ପଦ୍ଧତି, ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟନ୍ବୟନ ଇତ୍ୟାଦି ସମ୍ପର୍କରେ ଅଂଶଗ୍ରହଣକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।

- Advertisement -

ଉଦଘାଟନ ଉତ୍ସବରେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଯୋଗଦେଇ କହିଥିଲେ ଯେ ନାକ ସ୍ବୀକୃତି ପାଇବା ପାଇଁ ପ୍ରସ୍ତୁତି ଏକ ନିରନ୍ତର ପ୍ରକ୍ରିୟା। ଏଥିପାଇଁ ଡକ୍ୟୁମେଣ୍ଟେସନ୍ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ଶିକ୍ଷାବର୍ଷର ସମସ୍ତ ତଥ୍ୟ ଓ ସୂଚନାକୁ ଡକ୍ୟୁମେଣ୍ଟସନ କରାଯିବା ଦରକାର। ଏହାପରେ ସେସବୁ ତଥ୍ୟ ଅପଲୋଡ କରାଯିବା ସହଜ ହେବ। ତେବେ ଭୁଲ ତଥ୍ୟ ଅପଲୋଡ କଲେ ସେଥିପାଇଁ ଦଣ୍ଡିତ କରିବାକୁ ବ୍ୟବସ୍ଥା ରହିଛି ବୋଲି କହିଥଲେ। ନାକ ସ୍ବୀକୃତି ପାଇଁ ରହିଥିବା ସମସ୍ତ ନିୟମାବଳୀ ସମ୍ପର୍କରେ ସୂଚନା ଦେବା ସହିତ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟନ୍ବୟନ ଏବଂ ଜ୍ଞାନ ଆହରଣ ପାଇଁ ଶିକ୍ଷା, ଗବେଷଣା ଓ ନୂତନତ୍ବ ଉପରେ ଗୁରୁତ୍ବ ଦେବା ଦରକାର ବୋଲି ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ନବନୀତା ରଥ ଯୋଗଦେଇ ନାକ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ତେବେ ନିରନ୍ତର ଉଦ୍ୟମ ଏବଂ ସାମୂହିକ ପ୍ରୟାସ ଦ୍ବାରା ସଫଳତା ମିଳିବ। ଏହା ଭଲ ନାକ ଗ୍ରେଡ ପାଇବାରେ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଥିଲେ।
ବୈଷୟିକ ଅଧିବେଶନରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) କୁଳପତି ପ୍ରଫେସର ଅମୀୟ କୁମାର ରଥ ଯୋଗଦେଇ ଶିକ୍ଷାନୁଷ୍ଠାନଗୁଡ଼ିକର ନାକ ମୂଲ୍ୟାଙ୍କନ ଓ ସ୍ବୀକୃତି କିଭଳି ଦିଆଯାଇଥାଏ ତାହା ଆଲୋଚନା କରିଥିଲେ।

ସେହିପରି ଜେଏଆଇନ(ଡିମଡ୍ ବିଶ୍ବବିଦ୍ୟାଳୟ)ର ଉପକୁଳପତି ଡ.ଏନ.ସୁନ୍ଦରରାଜନ ଯୋଗଦେଇ ‘ଏନପାୱାରମେଣ୍ଟ ଅଫ ଏକ୍ସିଲେନ୍ସ : ନାକ ପ୍ରିପାଡ୍‌ନେସ’ ଶୀର୍ଷକ ବିଷୟ ବସ୍ତୁ ଉପରେ ବକ୍ତବ୍ୟ ରଖିଥିଲେ। ପ୍ରଫେସର ଅମୀୟ କୁମାର ରଥ ଏବଂ ଡ.ଏନ.ସୁନ୍ଦରାଜନ କର୍ମଶାଳାର ଅଂଶଗ୍ରହଣକାରୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ ଏବଂ ସେମାନଙ୍କ ସଂଶୟ ଦୂର କରିଥିଲେ। ଅନଲାଇନ୍ ମୋଡ୍ ମାଧ୍ୟମରେ ପରୀକ୍ଷା ବ୍ୟବସ୍ଥାର ସଂସ୍କାର ଉପରେ ଉତ୍କଳ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଆଲୋକପାତ କରିଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟର ସିଡିଡି ନିର୍ଦେଶକ ପ୍ରଫେସର ନିଗମାନନ୍ଦ ଦାସ ସ୍ବାଗତ ଭାଷଣ ଦେଇଥିଲେ। ଆଇକ୍ୟୁଏସି ନିର୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

ଆସନ୍ତାକାଲି କେନ୍ଦ୍ରାପଡ଼ା,ଜଗତସିଂହପୁର ଏବଂ କଟକ ଜିଲାର ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କ ସମ୍ମିଳନୀ ଓ କର୍ମଶାଳା ଆୟୋଜିତ ହେବ ବୋଲି ସୂଚନା ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories