www.samajalive.in
Monday, December 15, 2025
16.1 C
Bhubaneswar

ଏକ୍ସରେ ଏଣିକି ଅଡିଓ ଏବଂ ଭିଡିଓ କଲ୍ ସମ୍ପୂର୍ଣ୍ଣ ମାଗଣା

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ କ୍ଷେତ୍ର ଏକ୍ସ ଲଗାତର ଅପଡେଟ୍ ହେବାରେ ଲାଗିଛି । ପୂର୍ବରୁ ଏଥିରେ ପ୍ରିମିୟମ୍ ଉପଭୋକ୍ତାଙ୍କ ପାଇଁ ଅଡିଓ ଏବଂ ଭିଡିଓ କଲିଂ ବିକଳ୍ପ ଆସିଥିଲା । ଏବେ ଏକ୍ସର ମାଲିକ ଏଲନ ମସ୍କ ଏହି ସୁବିଧାକୁ ସମସ୍ତ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ କରିଦେଇଛନ୍ତି । ଏହି ଅପଡେଟ୍ ସହିତ ଏକ୍ସ ଆକାଉଣ୍ଟର ୟୁଜର୍ସ ସିଧା ପ୍ଲାଟଫର୍ମ ମାଧ୍ୟମରେ ଅନ୍ୟ ଉପଭୋକ୍ତାଙ୍କୁ ମାଗଣାରେ କଲ୍ କରିପାରିବେ । କହିରଖୁଛୁ ଫେସବୁକ୍, ହ୍ବାଟ୍ସଅପ୍ ଭଳି ଆପ୍ ସହିତ ପ୍ରତିଦ୍ବନ୍ଦିତା କରିବା ପାଇଁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି । ଏକ୍ସରେ କେମିତି କରିପାରିବେ ଅଡିଓ ଏବଂ ଭିଡିଓ କଲ୍…

ନିଜ ଡିଭାଇସରେଏକ୍ସ ଆପ୍ ଖୋଲନ୍ତୁ ଏବଂ ଡାଇରେକ୍ଟ ମେସେଜ୍ ସେକ୍ସନକୁ ଯାଆନ୍ତୁ ।

- Advertisement -

କୌଣସି ବାର୍ତ୍ତାଳାପ ଚୟନ କରନ୍ତୁ ବା ଏକ ନୂଆ ବାର୍ତ୍ତା ଆରମ୍ଭ କରନ୍ତୁ ।

ଫୋନ୍ ଆଇକନ୍ ଉପରେ ଟ୍ୟାପ୍ କରନ୍ତୁ ଏବଂ ନିଜ ପସନ୍ଦ ଅନୁସାରେ ଅଡିଓ ବା ଭିଡିଓ କଲ୍ ବିକଳ୍ପ ଚୟନ କରନ୍ତୁ ।

ଚୟନ କରିବା ପରେ ପ୍ରାପ୍ତକର୍ତ୍ତାଙ୍କୁ ଏକ ସୂଚନା ପ୍ରାପ୍ତ ହେବ । ସେ ଜଏନିଂ କରିବା ପରେ ଆପଣ ତାଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରିବେ ।

ଥରେ ସାମ୍ନା ବାଲା କଲର ଉତ୍ତର ଦେଇଦେଲେ ଆପଣ ଆଲୋଚନା କରିପାରିବେ ।

ଯଦି ସାମ୍ନାରୁ ଉତ୍ତର ଆସୁନି ତେବେ ତାଙ୍କୁ ମିସଡ୍ କଲ ସୂଚନା ଯିବ ।

 

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories