www.samajalive.in
Friday, December 12, 2025
14.1 C
Bhubaneswar

ବାସ୍ତୁ : ଅନ୍ୟ ଠାରୁ ଲୁଣ,ଛୁଞ୍ଚି ମାଗିକି ଆଣୁଛନ୍ତି କି?

ବାସ୍ତୁ ନିୟମର ପାଳନ କରିବା ଦ୍ୱାରା ଘରେ ସୁଖସମୃଦ୍ଧି ଓ ସମ୍ପନ୍ନତା ଆସିଥାଏ। ଯାହାକି ସଭିଁଙ୍କ ଜୀବନରେ ବେଶ ମହତ୍ତ୍ୱପୂର୍ଣ୍ଣ। ବାସ୍ତୁ ଶାସ୍ତ୍ରରେ ଏପରି କେତେକ ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି,ଯାହାକୁ ମାଗଣାରେ ଆଣିବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ।
ମାଗଣାରେ ଏହି ଜିନିଷ ଆଣିବା ଦ୍ୱାରା କାଙ୍ଗାଳ କରିଥାଏ। ଘରେ ଆର୍ଥିକ ସମସ୍ୟା ଲାଗି ରହିଥାଏ।
ଜାଣନ୍ତୁ ସେହି ସମସ୍ତ ଜିନିଷ ବିଷୟରେ ଯାହାକୁ କଦାପି ମାଗଣାରେ ଆଣିବା ଉଚିତ୍‌‌ ନୁହେଁ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ ଲୁଣ ଶନିଙ୍କ ସହ ସମ୍ବନ୍ଧିତ। ତେଣୁ ଏହାକୁ କଦାପି ମାଗଣାରେ ଆଣନ୍ତୁ ନାହିଁ। ଏହାଦ୍ୱାରା ଜୀବନରେ ସର୍ବଦା ଧନର ଅଭାବ ଲାଗି ରହିଥାଏ। ଅନେକଙ୍କ ଅଭ୍ୟାସ ଲୁଣ ଶେଷ ହୋଇଗଲେ ପଡୋଶୀ ଠାରୁ ମାଗିକି ଆଣନ୍ତି। ମାତ୍ର ଏହି ଭୁଲ୍‌‌ କରନ୍ତୁ ନାହିଁ।
ସେହିଭଳି ମାଗଣାରେ କିମ୍ବା ଅନ୍ୟ କାହାରିଠାରୁ ଛୁଞ୍ଚି ମାଗିକରି ଆଣି ବ୍ୟବହାର କରନ୍ତୁ ନାହିଁ। ଏହାଦ୍ୱାରା ଜୀବନରେ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।
ମାଗଣାରେ କଦାପି ରୁମାଲ ମାଗି କରି ଆଣନ୍ତୁ ନାହିଁ। ଅନ୍ୟ ଠାରୁ ରୁମାଲ ଆଣି ବ୍ୟବହାର କରିବା ଦ୍ୱାରା ଘରେ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଲୁହାର ସମ୍ବନ୍ଧ ଶନି ଓ ରାହୁଙ୍କ ସହ ଜଡିତ। ଲୁହା ମାଗଣାରେ ବ୍ୟବହାର କରିବା ଦ୍ୱାରା ଘରେ ସର୍ବଦା ଆର୍ଥିକ ସମସ୍ୟା ଲାଗି ରହିଥାଏ।

Hot this week

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

Related Articles

Popular Categories