www.samajalive.in
Sunday, December 14, 2025
17.1 C
Bhubaneswar

ସାଓମି ପିଚକାରୀରେ ହୋଲି ଖେଳିବାକୁ ଚାହୁଁଛନ୍ତି କି?

ସମାଜ ଡିଜିଟାଲ ଡେସ୍କ: ସାଓମି ଚଳିତ ମାସ ଏକ ନୂଆ ପ୍ରଡକ୍ଟ ଭାରତୀୟ ବଜାରକୁ ଆଣିବାକୁ ପ୍ରସ୍ତୁତି ଚଳାଇଛି, ଯାହାକୁ ଲୋକେ ଏଥର ହୋଲି ଖେଳିବା ସମୟରେ ବ୍ୟବହାର କରିପାରିବେ। ଆଜି ଆମେ ଆପଣଙ୍କୁ ସାଓମିର ଏହି ଖାସ୍‌ ପ୍ରଡକ୍ଟ ବିଷୟରେ କହିବୁ। ସାଓମି ଚଳିତ ମାସରେ ଭାରତରେ ଏକ ୱାଟର ଗନ୍‌ ତଥା ପିଚକାରୀ ଲଞ୍ଚ୍‌ କରିପାରେ, ଯାହାକୁ ବ୍ୟବହାର କରି ଲୋକେ ଏଥର ତାଙ୍କ ହୋଲିକୁ ଟେକ୍ନିକାଲ ହୋଲିର ରଙ୍ଗ ଦେଇପାରିବେ।


ସାଓମି ଇଣ୍ଡିଆର ଆସୋସିଏଟ୍ ଡାଇରେକ୍ଟର ସନ୍ଦୀପ ସର୍‌ମା ତାଙ୍କ ଅଫିସିଆଲ୍ ଏକ୍ସ ଆକାଉଣ୍ଟରୁ ଏକ ପୋଷ୍ଟ ଶେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ହାତରେ ଏକ ସାଓମି ପ୍ରଡକ୍ଟ ଧରି ଠିଆ ହୋଇଛନ୍ତି, କିନ୍ତୁ ଏହାର ଚିତ୍ର ଅସ୍ପଷ୍ଟ ରହିଛି। ଏହି ଫଟୋ ସହ ସନ୍ଦୀପ ନିଜ ପୋଷ୍ଟରେ ଲେଖିଛନ୍ତି, ‘‘ମୋ ପାଖରେ ଏକ ସୁପର କୁଲ୍ ସାଓମି ପ୍ରଡକ୍ଟ ଅଛି। ଶୁକ୍ରବାରର ଦିନ ଆହୁରି ମଜାଦାର ହୋଇଗଲା। କିଛି ଅଦ୍ଭୁତ ବିଷୟବସ୍ତୁ ପାଇଁ ଯୋଡ଼ିହୋଇ ରୁହନ୍ତୁ।’’

- Advertisement -

ତେବେ ସାଓମି ଇଣ୍ଡିଆର ଆସୋସିଏଟ୍ ଡାଇରେକ୍ଟର ଏପର୍ଯ୍ୟନ୍ତ ଏହି ପ୍ରଡକ୍ଟ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇନାହାନ୍ତି, କିନ୍ତୁ ତାଙ୍କ ପୋଷ୍ଟରେ ଆସୁଥିବା କମେଣ୍ଟରେ ଲୋକେ କହିଛନ୍ତି ଯେ, ଏହା ହେଉଛି ସାଓମିର ୱାଟର ଗନ୍‌ ଅର୍ଥାତ୍‌ ପିଚକାରୀ, ଯାହାକୁ ଚଳିତ ଥର ହୋଲି ପୂର୍ବରୁ ଲଞ୍ଚ୍‌ କରାଯାଇପାରେ। ଏହାର ନାମ Xiaomi Mijia Pulse Gun କିମ୍ବା Xiaomi Pulse Water Gun ହୋଇପାରେ। ସାଓମି ନିଜର ଏହି ପ୍ରଡକ୍ଟକୁ ଭାରତ ବାହାରେ ଲଞ୍ଚ୍‌ କରିଛି।

ସନ୍ଦୀପ ସର୍‌ମାଙ୍କ ପୋଷ୍ଟରେ ଜଣେ ‘ଏକ୍ସ’ ୟୁଜର ସାଓମି ୟୁକେ ସୌଜନ୍ୟରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସାଓମିର ଏହି ୱାଟର ଗନ୍‌ ବ୍ୟବହାର କରିବାର ପଦ୍ଧତି ଏବଂ ଏହାର ବୈଶିଷ୍ଟ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି।


ଭିଡିଓରେ ଜଣେ ବ୍ୟକ୍ତି ସାଓମି ପଲ୍ସ ୱାଟର ଗନ୍‌ର ବ୍ୟବହାର କରୁଛନ୍ତି। ଏହାର ଉପର ଭାଗରେ ଏହାକୁ ଚାର୍ଜ କରିବା ପାଇଁ ଏକ ୟୁଏସବି ଟାଇପ୍‌-ସି ଚାର୍ଜିଂ ପୋର୍ଟ ଦିଆଯାଇଛି। ଭିଡିଓରେ ଦାବି କରାଯାଇଛି ଯେ, ଏହାକୁ ଥରେ ଚାର୍ଜ କରିବା ପରେ ଦିନସାରା ବ୍ୟବହାର କରାଯାଇପାରିବ। ଏହି ପିଚକାରୀର ଅନ୍ୟ ଭାଗରେ ଏଲଇଡି ଲଗାଯାଇଛି, ଯାହାଦ୍ବାରା ଏହି ପିଚକାରୀର ସ୍ଥିତି ଜଣାପଡ଼ିବ ଯେ ଏଥିରେ କେତେ ବ୍ୟାଟେରୀ ବାକି ଅଛି ଏବଂ କେତେ ଜଳ ଅଛି। ଏହି ୱାଟର ଗନ୍‌ର ଉପରି ଭାଗରେ ଏକ ଡିସ୍‌ପ୍ଲେ ବଟନ୍ ଅଛି, ଯାହାକୁ ଦବାଇ ବ୍ୟବହାରକାରୀ ରାପିଡ୍‌ ଫାୟାର ଅର୍ଥାତ୍‌ ପାଣିର ବଡ଼ ବଡ଼ ବୁଲେଟ୍ ଛାଡ଼ି ପାରିବେ। ଏଥିରେ ପାଣି ଭରିବା ପାଇଁ ଏକ ଟ୍ରିଗର ଦିଆଯାଇଛି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ, ସାଓମି ଏହାର ଟିଜରରେ ଏହି ପ୍ରଡକ୍ଟ କଥା କହିଛି କି ନାହିଁ। ଯଦି ସାଓମି ଏହି ପ୍ରଡକ୍ଟକୁ ଭାରତରେ ଲଞ୍ଚତ କରିବାକୁ ଯାଉଛି ତେବେ ଆସନ୍ତା ସପ୍ତାହରେ ଏହା ଲଞ୍ଚ୍ ହୋଇପାରେ। ଏଥିସହ ଏହା ମଧ୍ୟ ଦେଖିବା କୌତୁହଳପୂର୍ଣ୍ଣ ହେବ ଯେ ସାଓମିର ଏହି ସୁପର କୁଲ୍ ୱାଟର ଗନ୍‌ର ମୂଲ୍ୟ କେତେ ରହୁଛି ଏବଂ ଲୋକମାନେ ଏହାକୁ କେତେ ପସନ୍ଦ କରୁଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories