www.samajalive.in
Saturday, December 6, 2025
26.1 C
Bhubaneswar

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ: ଶିବାଜୀଙ୍କ ସପକ୍ଷରେ ବଢୁଛି ଜନମତ

ଲାଞ୍ଜିଗଡ଼: ୨୦୨୪ ବର୍ଷର ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି । ଇତିମଧ୍ୟରେ ରାଜନୈତିକ ଗତିବିଧି ବୃଦ୍ଧି ପାଇଥିବାବେଳେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଏବେ ଚର୍ଚ୍ଚାରେ ରହିଛି । ୨୦୦୯ରେ ଗଠିତ ଲାଞ୍ଜିଗଡ ବିଧାନସଭା ଆସନ ଆଦିବାସୀଙ୍କ ପାଇଁ ସଂରକ୍ଷିତ ଥିବାବେଳେ ତତ୍କାଳୀନ ବିଜେଡି ବିଧାୟକ ବଳଭଦ୍ର ମାଝୀଙ୍କୁ ଏକ ବଡ ବ୍ୟବଧାନରେ ହରାଇ ପ୍ରଥମ ବିଧାୟକ ଭାବେ କଂଗ୍ରେସ ଦଳରୁ ନିର୍ବାଚିତ ହୋଇଥିଲେ ଶିବାଜୀ ମାଝୀ । ପରବର୍ତ୍ତୀ ସମୟରେ ୨୦୧୪ରେ ବଳଭଦ୍ର ମାଝୀ କମବ୍ୟାକ୍ କରିବା ସହିତ ତତ୍କାଳୀନ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କୁ ପରାଜୟର ରାସ୍ତା ଦେଖାଇଥିଲେ । ସେହିପରି ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ପ୍ରଦୀପ ଦିଶାରୀ କଂଗ୍ରେସର ଶିବାଜୀ ମାଝୀଙ୍କୁ ପରାଜିତ କରିଥିଲେ । ତେବେ ଏଥର ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ବଦଳିଛି ନିର୍ବାଚନ ସମୀକରଣ । ବିଜେଡିର ପ୍ରତିଷ୍ଠାତା ସଦସ୍ୟ ବଳଭଦ୍ର ମାଝୀ ଏଥର କଂଗ୍ରେସ ଦଳରେ ସାମିଲ ହୋଇଥିବାବେଳେ ଉଭୟ ପ୍ରଦୀପ ଦିଶାରୀ ଓ ଶିବାଜୀ ମାଝୀ ବିଜେଡି ଦଳରେ ରହିଛନ୍ତି । ପ୍ରଦୀପ ଦିଶାରୀ ଏବେ ବିଧାୟକ ଥିବାବେଳେ ଶିବାଜୀ ମାଝୀ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଛନ୍ତି । ବିଜେଡି ଦଳ ପାଇଁ ଦୁହେଁ ବିଧାୟକ ଆଶାୟୀ ଥିବାବେଳେ ଗତ ପାଞ୍ଚବର୍ଷ ମଧ୍ୟରେ ବିଧାୟକ ପାଣ୍ଠି ଖର୍ଚ୍ଚ କରିବାରେ ଅବହେଳା, ସ୍ଥାନୀୟ ସମସ୍ୟାକୁ ଅଣଦେଖା ଓ ଦୁର୍ବଳ ଲୋକସଂପର୍କ ଯୋଗୁଁ ବିଧାୟକ ଶ୍ରୀ ଦିଶାରୀ ଟିକେଟ ଲବିରେ ବ୍ୟାକଫୁଟ୍‌କୁ ଚାଲିଯାଇଛନ୍ତି ।

ଅପରପକ୍ଷରେ ଦଳୀୟ ନେତୃବୃନ୍ଦଙ୍କ ସମେତ ଉତ୍ତମ ଲୋକ ସଂପର୍କ ଏବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀଙ୍କୁ ବେଶ୍ ସୁହାଉଛି । ଏପରିକି ନିଜେ ବିଧାୟକ ଥିବାବେଳେ ବିଧାୟକ ପାଣ୍ଠିର ସୁବିନିଯୋଗ ସହିତ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଲୋକ ସଂପର୍କ ଯୋଡିବାରେ ଶିବାଜୀ ପାରଙ୍ଗମ ଥିବାବେଳେ କମ୍ ଦିନ ମଧ୍ୟରେ ସେ ବିଜେଡି ଦଳରେ ଜଣେ ଗ୍ରହଣୀୟ ନେତା ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ନିଜର ସରଳ ଓ ଅମାୟିକ ବ୍ୟବହାର ଦ୍ୱାରା ଲୋକଙ୍କ ମନ କିଣିନେଉଥିବା ଶିବାଜୀ ଏବେ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଜନତାଙ୍କ ପସନ୍ଦର ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି । ଅପରପକ୍ଷରେ ବିଧାୟକ ପ୍ରଦୀପ ଦିଶାରୀ ବାରମ୍ବାର ଲୋକଙ୍କ ବିରୋଧର ଶିକାର ହେଉଥିବାବେଳେ ତାଙ୍କ ପ୍ରତି ଦଳୀୟ ନେତୃବୃନ୍ଦ ଓ ଜନତାଙ୍କ ଆସ୍ଥା କମିବାରେ ଲାଗିଛି । ଯାହାକୁ ନେଇ ଏବେ ବିଜେଡିର ଅନ୍ଦର ମହଲ ଚିନ୍ତିତ ହୋଇ ପଡିଥିବାବେଳେ ଶ୍ରୀ ଦିଶାରିଙ୍କ ପ୍ରତି ଲୋକଙ୍କ ନକରାତ୍ମକ ମନୋଭାବ ନିର୍ବାଚନରେ ମଧ୍ୟ ପ୍ରତିଫଳିତ ହୋଇପାରେ ବୋଲି ବାଟରେଘାଟରେ ଆଲୋଚନା ହେଉଛି । ଏହି ପରିପ୍ରେକ୍ଷୀରେ ଶିବାଜୀଙ୍କ ଲୋକ ସଂପର୍କ ଓ ଗ୍ରହଣୀୟତାର ଗ୍ରାଫ୍ ଉପରମୁହାଁ ହେଉଥିବାବେଳେ ଏହାର ଫାଇଦା ନେବାକୁ ବିଜେଡି ଉଦ୍ୟମ କରିବା ଉଚିତ ବୋଲି କୁହାଯାଉଛି । ଶିବାଜୀଙ୍କୁ ଟିକେଟ ଦିଆଗଲେ ଦଳର ବିଜୟ ସମ୍ଭାବନା ବଢିପାରେ ବୋଲି ଆକଳନ ମଧ୍ୟ କରାଯାଉଛି । କାରଣ କଂଗ୍ରେସ ଦଳ ତରଫରୁ ବଳଭଦ୍ରଙ୍କୁ ଟିକେଟ ଦିଆଯିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଥିବାବେଳେ ତାଙ୍କୁ ଚେକମେଟ୍ ଦେବାକୁ ହେଲେ ଶିବାଜୀ ହିଁ ଉପଯୁକ୍ତ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ହେଉଛି । ସେହିପରି ବିଜେପି ପକ୍ଷରୁ ରମେଶ ମାଝୀ ଓ ନିକଟରେ ଦଳରେ ଯୋଗ ଦେଇଥିବା ବସନ୍ତପଡା ସରପଞ୍ଚ ଚାଞ୍ଚେର ମାଝୀଙ୍କ ନାମ ଶୁଣାଯାଉଛି । ତେବେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ବିଗତ ଦଶନ୍ଧୀ ଧରି ବିଜେଡିର ଦବଦବା ରହି ଆସିଥିବାବେଳେ ଉପଯୁକ୍ତ ପ୍ରାର୍ଥୀ ଚୟନ ଦଳକୁ ଏହି ସଫଳତା ଦୋହରାଇବାରେ ସହାୟକ ହେବ । ସେହିପରି ଦଳ ପକ୍ଷରୁ ଦୁର୍ବଳ ପ୍ରାର୍ଥୀ ଚୟନ ମହଙ୍ଗା ସାବ୍ୟସ୍ତ ହେବା ସହିତ ଏହା କଂଗ୍ରେସ କିମ୍ବା ବିଜେପି ପାଇଁ ଲାଭଦାୟକ ହୋଇପାରେ ବୋଲି ଆଲୋଚନା ହେଉଛି । ତେବେ ଖୁବଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରାଯିବାର ସମ୍ଭାବନା ଥିବାବେଳେ କେଉଁ ପାଣି କୁଆଡେ ଯାଉଛି ଦେଖିବାକୁ ବାକି ରହିଲା ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories