www.samajalive.in
Wednesday, December 10, 2025
16.1 C
Bhubaneswar

କେନ୍ଦୁଝରର ରୋହିତଙ୍କୁ ସ୍ୱର୍ଣ୍ଣ ପଦକ

କେନ୍ଦୁଝରଗଡ଼: କଂକ୍ରିଟ କନଷ୍ଟ୍ରକ୍ସନ୍‌‌ ୱାର୍କ୍ସ ଓଡ଼ିଶା ସ୍କିଲ ୨୦୨୩-୨୪ ପାଇଁ କେନ୍ଦୁଝର ରୋହିତ ମହାକୁଡ ଯାଦବ ରାଜ୍ୟସ୍ତରୀୟ ସ୍ୱର୍ଣ୍ଣ ପଦକ ବିଜେତା ହୋଇ କେନ୍ଦୁଝର ଜିଲାକୁ ଗୌରାବାନ୍ୱିତ କରିଛନ୍ତି। ଦୁଇଦିନ ଧରି ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭୁବନେଶ୍ୱରସ୍ଥିତ ସରକାରୀ ପଲିଟେକନିକ୍‌‌ ସିଭିଲ ଇଞ୍ଜିନିୟରିଂ ବିଭାଗର ତୃତୀୟବର୍ଷର ଛାତ୍ର ରୋହିତ ପ୍ରଥମସ୍ଥାନ ହାସଲ କରିଛନ୍ତି। ସେ ସ୍ୱର୍ଣ୍ଣପଦକ ସହିତ ମାନପତ୍ର ଓ ୨୫ ହଜାର ଟଙ୍କାର ପୁରସ୍କାର ରାଶି ପାଇଛନ୍ତି। ୱାର୍ଲ୍ଡ ସ୍କିଲ ସେଣ୍ଟର ଭୁବନେଶ୍ୱରଠାରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମୁଖ୍ୟଅତିଥି ଭାବେ ଯୋଗଦେଇ ରୋହିତଙ୍କୁ ସ୍ୱର୍ଣ୍ଣପଦକ ଦେଇ ପୁରସ୍କୃତ କରିଥିଲେ। ଏସସିଟିଭିଟି ଚେୟାରମ୍ୟାନଙ୍କ ତତ୍ତ୍ୱାବଧାନରେ ରାଜ୍ୟସ୍ତରୀୟ ଶିକ୍ଷା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ସରକାରୀ ପଲିଟେକନିକ୍‌‌ ଭୁବନେଶ୍ୱରର ଅଧ୍ୟକ୍ଷ ସୁଶାନ୍ତ କୁମାର ପାତ୍ର, ସିଭିଲ ବିଭାଗ ମୁଖ୍ୟ ଶୈଳଜା ଭୂୟାଁ, ଅଧ୍ୟାପକ ଦେବାଶିଷ ବେହେରାଙ୍କ ସମେତ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଶିକ୍ଷାଦାନ ଓ ସହଯୋଗକୁ ରୋହିତ ଶ୍ରେୟ ଦେଇଛନ୍ତି। ରୋହିତଙ୍କ ଏହି ସଫଳତା ପାଇଁ ତାଙ୍କୁ ଜିଲାବାସୀଙ୍କ ତରଫରୁ ପ୍ରଶଂସାର ସୁଅ ଛୁଟିଛି।

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories