www.samajalive.in
Wednesday, December 10, 2025
16.1 C
Bhubaneswar

ୟୁଟ୍ୟୁବର ଏଲଭିଶ୍ ଯାଦବ ଗିରଫ

ନୂଆଦିଲ୍ଲୀ : ସାପ ବିଷ ମାମଲାରେ ୟୁଟ୍ୟୁବର ଏଲଭିଶ୍ ଯାଦବଙ୍କୁ ଗିରଫ କଲା ପୁଲିସ । ତାଙ୍କୁ ଖୁବ୍ ଶୀଘ୍ର କୋର୍ଟରେ ହାଜର କରାଯିବ । ଗତ ବର୍ଷ ସେକ୍ଟର ୩୯ରେ ନୋଏଡା ପୁଲିସ ଏହି ମାମଲାରେ ଅଭିଯୋଗ ପାଇଥିଲା । ଆଜି ଏଲଭିଶ୍ ଯାଦବଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା । ଏହା ପରେ ତାଙ୍କୁ ଗିରଫ କରିଥିଲା ପୁଲିସ ।

ନୋଏଡାରେ ହୋଇଥିବା ରେଭ୍ ପାର୍ଟିରୁ ଯେଉଁ ନମୁନା ସଂଗ୍ରହ ହୋଇଥିଲା ତାକୁ ଯାଞ୍ଚ ପାଇଁ ଜୟପୁର ପରୀକ୍ଷାଗାରକୁ ପଠାଯାଇଥିଲା । ନମୁନାର ଏଫଏସଏଲ୍ ରିପୋର୍ଟରେ କୋବ୍ରା କ୍ରେଟ୍ ପ୍ରଜାତିର ସାପ ବିଷ ମିଳିଥିଲା । ଗତ ବର୍ଷ ନଭେମ୍ବରରେ ନୋଏଡା ପୁଲିସ ବଡ ଖୁଲାସାକରି ବିଗ୍ ବସ୍ ବିଜେତା ତଥା ୟୁଟ୍ୟୁବର ଏଲଭିଶ୍ ଯାଦବଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା । ସେ ସାପ ବିଷ ବିକିବା ସହ ରେଭ୍ ପାର୍ଟି ଆୟୋଜିତ କରୁଥିଲେ ଯେଉଁଥିରେ ଯୁବପିଢିମାନେ ସ୍ନେକ ବାଇଟ୍ ନେଉଥିଲେ ।

- Advertisement -

ଏଲଭିଶଙ୍କ ପାଇଁ କାମ କରୁଥିବା ୫ ଜଣଙ୍କୁ ପୁଲିସ ଧରିଥିଲା ଯେଉଁମାନଙ୍କ ଠାରୁ ଏକ ବୋତଲରେ ୨୦ ମିଲିଲିଟର ସାପ ବିଷ ମିଳିଥିଲା ଏବଂ ୯ଟି ସାପ ଜବତ ହୋଇଥିଲା । ଏଥିରେ ୫ ନାଗ, ଗୋଟିଏ ଅଜଗର,୨ଟି ଦୁଇ ମୁହଁ ଥିବା ସାପ ଏବଂ ଗୋଟିଏ ରାଟ୍ ସ୍ନେକ୍ ମଧ୍ୟ ଥିଲା । ସେମାନେ ଏଲଭିଶଙ୍କ ପାଇଁ କାମ କରନ୍ତି ଏବଂ ରେଭ୍ ପାର୍ଟି ପାଇଁ ସେମାନେ ଏଲଭିଶଙ୍କୁ ସାପ ବିଷ ବିତରଣ କରୁଥିବା ସ୍ବୀକାର କରିଥିଲେ । ତେବେ ଆଜି ଏଲଭିଶଙ୍କୁ ଗିରଫ କରାଯାଇଛି ।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories