www.samajalive.in
Saturday, December 6, 2025
14.1 C
Bhubaneswar

ଶଙ୍ଖ ଧରିବେ ବାପି ସର୍ଖେଲଙ୍କ ପତ୍ନୀ ଦୀପା

ପାରାଦ୍ୱୀପ  : ଦୀର୍ଘଦିନ ଧରି ଚୁପ୍‌ ରହିଥିବା କଂଗ୍ରେସ ନେତା ବାପି ସର୍ଖେଲ ବିଜେଡ଼ି ଶିବିରକୁ ଯିବା ଏକପ୍ରକାର ନିଶ୍ଚିତ ହୋଇଛି। ରବିବାର ଶ୍ରୀ ସର୍ଖେଲଙ୍କ ପତ୍ନୀ ଦୀପା ସର୍ଖେଲ ଦଳବଳ ସହ ବିଜେଡ଼ିରେ ସାମିଲ ହେବେ ବୋଲି ଜଣାପଡ଼ିଛି। ସେ ବିଜେଡ଼ିରେ ମିଶିବାପରେ ପାରାଦ୍ୱୀପରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଶ୍ରମିକ ନେତା ବାପି କଂଗ୍ରେସ ଦଳରୁ ୨୦୧୯ରେ ପ୍ରାର୍ଥୀ ହୋଇଥିଲେ। ୫୦ହଜାରରୁ ଅଧିକ ଭୋଟ ପାଇଥିବା ବାପି ନିର୍ବାଚନରେ ପରାଜିତ ହେବାପରେ କଂଗ୍ରେସ ଠାରୁ ଦୂରେଇ ଯାଇଥିଲେ। ବିଗତ ପୌର ନିର୍ବାଚନରେ ସେ ‘ଆମ ପାରାଦ୍ୱୀପ ଆମ ପ୍ରଗତି ’ ନାମରେ ନୂଆ ସଙ୍ଗଠନ ଗଠନ କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ। ଏହି ସଙ୍ଗଠନ ବିଜେଡ଼ି ଓ ବିଜେପିକୁ ପଛରେ ପକାଇ ୧୯ଟି ପାରିଷଦ ଆସନ ମଧ୍ୟରୁ ୯ଟି ଆସନ ହାତେଇଥିଲା। ଏମିତିକି ତାଙ୍କ ସଙ୍ଗଠନ ପୌର ଉପାଧ୍ୟକ୍ଷ ପଦ ବି ପାଇଥିଲା। ଦୀର୍ଘଦିନର ନୀରବତା ପରେ ରାଜନୈତିକ ମୈଦାନକୁ ତାଙ୍କ ପତ୍ନୀ ଦୀପା ସର୍ଖେଲ ଗୋଡ଼ କାଢିଛନ୍ତି। ରବିବାର ଶଙ୍ଖଭବନରେ ଶ୍ରୀମତୀ ସର୍ଖେଲ ଶଙ୍ଖ ଧରିବେ ବୋଲି ସୂଚନା ମିଳିଛି। ପୌର ପରିଷଦରେ ଥିବା ‘ଆମ ପାରାଦ୍ୱୀପ ଆମ ପ୍ରଗତି’ର ୯ଜଣ ପାରିଷଦ ଓ ପୌର ଉପାଧ୍ୟକ୍ଷା ମଧ୍ୟ ଶଙ୍ଖ ଧରିବେ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories