www.samajalive.in
Sunday, December 7, 2025
13.1 C
Bhubaneswar

ରୁଷର ରାଷ୍ଟ୍ରପତି ନିର୍ବାଚନ ; ବୃନ୍ଦାବନରେ ମତଦାନ କଲେ ରୁଷୀୟ ନାଗରିକ

ବୃନ୍ଦାବନ : ରୁଷରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହେଉଥିବା ବେଳେ ବୃନ୍ଦାବନରେ ବାସ କରୁଥିବା ରୁଷ ନାଗରିକ ମାନଙ୍କ ପାଇଁ ରୁଷ ସରକାର ଦୂତାବାସ ମାଧ୍ୟମରେ ବୃନ୍ଦାବନର ରମଣରେତୀ କ୍ଷେତ୍ରରେ ସ୍ଥିତ ରୁଷ ବିଲ୍ଡିଂରେ ମତଦାନ କେନ୍ଦ୍ର କରିଛନ୍ତି। ଜିଲାରେ ବସବାସ କରୁଥିବା ଶହେ ରୁଷୀୟ ନାଗରିକଙ୍କ ମଧ୍ୟରୁ ୫୦ ଜଣ ମତଦାନ କରି ସାରିଛନ୍ତି।
ରୁଷରେ ରାଷ୍ଟ୍ରପତି ଚୟନ ପାଇଁ ସାରା ଦୁନିଆରେ ବସବାସ କରୁଥିବା ରୁଷୀୟ ନାଗରିକ ନିଜର ମତଦାନ ସାବ୍ୟସ୍ତ କରିବା ପାଇଁ ମତଦାନ ପ୍ରକ୍ରିୟାରେ ଭାଗ ନେଉଛନ୍ତି। ଦୂତାବାସରୁ ଦୁଇ ଅଧିକାରୀମାନଙ୍କ ଟିମ୍‌‌ ସକାଳେ ବୃନ୍ଦାବନ ସ୍ଥିତ ରଷିଆନ ବିଲ୍ଡିଂ ପହଞ୍ଚି ଥିଲେ। ଏଠାରେ ପୁଲିସର କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ କରିଛନ୍ତି। ମତଦାନ ପ୍ରକ୍ରିୟା ସକାଳ ୯ଟାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଜାରି ରହିଥିଲା। ରୁଷର ଦୂତାବାସ ଦ୍ୱାରା ସ୍ଥାପିତ ହୋଇଥିବା ମତଦାନ କେନ୍ଦ୍ରରେ ରୁଷର ଯେଉଁ ନାଗରିକ ମାନେ ବୃନ୍ଦାବନରେ ରହୁଛନ୍ତି, ସେମାନେ ରାଷ୍ଟ୍ରପତି ଚୟନ ପାଇଁ ମତଦାନ କରିଛନ୍ତି।

 

- Advertisement -

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories