www.samajalive.in
Sunday, December 7, 2025
26.1 C
Bhubaneswar

ଶନିଦେବଙ୍କୁ ଅର୍ପଣ କରନ୍ତୁ ଏହି ଜିନିଷ; ପୂରଣ ହେବ ମନସ୍କାମନା

ଶନିଦେବତାଙ୍କୁ ନ୍ୟାୟର ଦେବତା କୁହାଯାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଶନିଦେବତା କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାଆନ୍ତି। ଯେଉଁ ବ୍ୟକ୍ତିବିଶେଷଙ୍କ ଉପରେ ଶନିଙ୍କ କୋପ ଦୃଷ୍ଟି ପଡିଥାଏ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଶନିଦେବଙ୍କ କୋପରୁ ରକ୍ଷା ପାଇବା ସହ କୃପା ପ୍ରାପ୍ତି ପାଇଁ କିଛି ବିଶେଷ ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ। ଧାର୍ମିକ ମାନ୍ୟତା ଅନୁଯାୟୀ, ଶନିଦେବଙ୍କ ପୂଜା କରିବା ପାଇଁ କିଛି ସ୍ୱତନ୍ତ୍ର ଦିଗ ପ୍ରତି ଧ୍ୟାନ ଦିଅନ୍ତୁ..

ଧାର୍ମିକ ମାନ୍ୟତା ଅନୁଯାୟୀ, ଶନିଦେବଙ୍କ ପୂଜାରେ ଦିଗର ଅଧିକ ମହତ୍ତ୍ୱ ରହିଛି। ଶନିଦେବ ପଶ୍ଚିମ ଦିଗର ସ୍ୱାମୀ ବୋଲି ମାନ୍ୟତା ରହିଛି। ତେଣୁ ଶନିଦେବତାଙ୍କ ପୂଜା ସମୟରେ ନିଜ ମୁହଁ ସର୍ବଦା ପଶ୍ଚିମ ଦିଗକୁ ରଖନ୍ତୁ।

- Advertisement -

ଶନିଦେବଙ୍କ କୋପ ଦୃଷ୍ଟି ପଡିବା ଦ୍ୱାରା ଜୀବନରେ ଅନେକ ସମସ୍ୟା ଲାଗି ରହିଥାଏ। ତେଣୁ କଦାପି ଶନିଦେବଙ୍କ ଆଖିକୁ ଦେଖନ୍ତୁ ନାହିଁ। ଧାର୍ମିକ ମାନ୍ୟତା ଅନୁଯାୟୀ, ଶନିଦେବଙ୍କ ମୂର୍ତ୍ତି ସାମ୍ନାରେ ସିଧାସଳଖ ଠିଆ ହୋଇ ପୂଜା କରିବା ଉଚିତ ନୁହେଁ।
ଶନିଦେବତାଙ୍କ ପୂଜାରେ କଳା ରାଶି ପ୍ରୟୋଗ କରିବା ଉଚିତ୍‌‌। ଶନିଦେବଙ୍କୁ କଳାରାଶି ଅର୍ପଣ କରିବା ଦ୍ୱାରା ଶନିଦୋଷରୁ ମୁକ୍ତି ମିଳିଥାଏ। ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

ଶନିଦେବତାଙ୍କ ପୂଜାରେ ଲାଲ ରଙ୍ଗର ଫୁଲର ବ୍ୟବହାର କରିବା ଉଚିତ୍‌‌ ନୁହେଁ। ଲାଲ ରଙ୍ଗର ମଧ୍ୟ ବ୍ୟବହାର କରାଯାଏ ନାହିଁ। ଶନିଦେବତାଙ୍କ ପୂଜାରେ ନୀଳ ଓ କଳା ରଙ୍ଗର ପ୍ରୟୋଗ କରିବା ଉଚିତ୍‌‌।

ଖେଚେଡି ଭୋଗ କରିବା ଦ୍ୱାରା ଶନିଦେବତା ଖୁବ୍‌‌ ପ୍ରସନ୍ନ ହୋଇଥାଆନ୍ତି। ଧାର୍ମିକ ମାନ୍ୟତା ଅନୁଯାୟୀ, ଶନିଦେବତାଙ୍କ ପ୍ରଭାବ ଦୂର ପାଇଁ ପ୍ରଭୁଙ୍କ ନିକଟରେ ଖେଚେଡି ଭୋଗ ନିଶ୍ଚୟ ଲଗାନ୍ତୁ। ଏହାଦ୍ୱାରା ସମସ୍ତ ଅଶୁଭ ଫଳରୁ ମୁକ୍ତି ମିଳିଥାଏ। ବିଶେଷ କୃପା ପ୍ରାପ୍ତି ହୋଇଥାଏ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories