ବିଶ୍ବ କିଡନୀ ଦିବସ ଅବସରରେ ମିନି ମରାଥନ୍

ଭୁବନେଶ୍ବର: ଆଜି ବିଶ୍ବ କିଡନୀ ଦିବସ। ଏହି ଅବସରରେ ଉତ୍କଳ ହସ୍ପିଟାଲ ପକ୍ଷରୁ ଏକ ମିନି ମାରାଥନ୍ ଆୟୋଜିତ ହୋଇଛି। ବିଶ୍ୱରେ ମଧୁମେହ ପରି କିଡ଼ନୀ ଜନିତ ରୋଗ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆମର ଖରାପ ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ କିଡନୀ ସମ୍ବନ୍ଧୀୟ ରୋଗ ସୃଷ୍ଟି କରିଥାଏ । ଏହା ବ୍ୟତୀତ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି କେତେକ ଅନ୍ତର୍ନିହିତ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ କିଡନୀକୁ ଖରାପ କରିପାରେ । କିଡନୀକୁ ସୁସ୍ଥ ରଖିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପାଣି ହୋଇଥାଏ। ଯଦି ଆପଣ କମ୍ ପାଣି ପିଅନ୍ତି, ତେବେ ଏହା କିଡନୀ ଜନିତ ସମସ୍ୟା ହେବାର ଆଶଙ୍କାକୁ ବଢାଇଥାଏ । ତେବେ କିଡନୀ ଷ୍ଟୋନରୁ ରକ୍ଷା ପାଇବା ପାଇଁ ପ୍ରଚୁର ପାଣି ପିଇବା ସର୍ବୋତ୍ତମ ଉପାୟ ବୋଲି ବିବେଚନା କରାଯାଏ । ପ୍ରତିଦିନ ୧୦ରୁ ୧୨ ଗ୍ଲାସ ପାଣି ପିଇବା ଅତ୍ୟନ୍ତ ଆବଶ୍ୟକ।

Comments are closed.