www.samajalive.in
Tuesday, December 9, 2025
23.1 C
Bhubaneswar

‘ପିଏମ୍‍ ସ୍ୱନିିଧି’ ହିତାଧିକାରୀଙ୍କୁ ସମ୍ବୋଧିତ କରିବେ ମୋଦୀ: ଉଠା ଦୋକାନୀଙ୍କୁ ଦେବେ ଋଣ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ସାରା ଦେଶରେ ବିକାଳମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ପରିପ୍ରେକ୍ଷୀରେ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ‘ପିଏମ୍‍ ସ୍ୱନିଧି’ ଯୋଜନାରେ ହିତାଧିକାରୀଙ୍କୁ ଭେଟି ସେମାନଙ୍କୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୋଦୀ ଏହି ଯୋଜନା ଅନ୍ତର୍ଗତ ଦେଶରେ ୧ଲକ୍ଷ ଉଠା ଦୋକାନୀଙ୍କ ସହିତ ୫୦୦୦ ଭେଣ୍ଡରଙ୍କୁ ଏହି ଯୋଜନା ଅଧିନରେ ଋଣ ବଣ୍ଟନ କରିବେ ।
ବର୍ତ୍ତମାନ ସାରା ଦେଶରେ ୬୦ଲକ୍ଷରୁ ଅଧିକ ଉଠାଦୋକାନୀ ଏହି ଯୋଜନାରେ ଉପକୃତ ହୋଇସାରିଛନ୍ତି । ଏଥିରେ ୧୦,୯୭୮କୋଟିରୁ ଅଧିକ ଅର୍ଥରାଶି ବ୍ୟୟରେ ୮୨ଲକ୍ଷରୁ ଅଧିକ ଉଠା ଦୋକାନୀଙ୍କୁ ଋଣ ବଣ୍ଟନ କରାଯାଇଛି । ଏହି ଯୋଜନା ମାଧ୍ୟମରେ କେବଳ ଦିଲ୍ଲୀରେ ୨ଲକ୍ଷ ଉଠାଦୋକାନୀଙ୍କୁ ଋଣ ବଣ୍ଟନ କରାଯାଇଛି । ଯାହାର ପରିମାଣ ରହିଛି ୨୩୨କୋଟି ଟଙ୍କା । ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ପଛୁଆ ସେମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । କୋଭିଡ ମହାମାରୀ ସମୟରେ ଆର୍ଥିକ ସଙ୍କଟରେ ଥିବା ଉଠା ଦୋକାନୀଙ୍କ ସୁବିଧି ପାଇଁ ଜୁନ ୨୦୨୦ରେ ‘ପିଏମ୍‍ ସ୍ୱନିଧି’ ଯୋଜନା ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ମେଟ୍ରୋର ଚତୁର୍ଥ ପର୍ଯ୍ୟାୟର ଦୁଇଟି ଅତିରିକ୍ତ କରିଡରର ଶିଳାନ୍ୟାସ କରିବେ । ଦିଲ୍ଲୀ ମେଟ୍ରୋ, ଲାଜପତ ନାଗର-ସାକେତ-ଜି ବ୍ଲକ ଏବଂ ଇନ୍ଦ୍ରଲୋକ-ଇନ୍ଦ୍ରପ୍ରସ୍ଥର ଦୁଇଟି କରିଡରର ଶିଳାନ୍ୟାସ କରିବେ ମୋଦୀ ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories