ସେପ୍ଟେମ୍ବର ୧୭ ‘ହାଇଦ୍ରାବାଦ ମୁକ୍ତି ଦିବସ’

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପ୍ରତିବର୍ଷ ସେପ୍ଟେମ୍ବର ୧୭କୁ ‘ହାଇଦ୍ରାବାଦ ମୁକ୍ତି ଦିବସ’ ଭାବେ ପାଳନ କରି​‌ବେ। ୧୯୪୮ର ଏହି ଦିନରେ ହାଇଦ୍ରାବାଦ ନିଜାମଙ୍କ ଶାସନରୁ ମୁକ୍ତ ହୋଇ ଭାରତ ସହିତ ସାମିଲ ହୋଇଥିଲା। କେନ୍ଦ୍ର ସରକାରଙ୍କ ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ୍‌ ପୋଲୋ’ ଦ୍ବାରା ଏହା ସମ୍ଭବ ହୋଇଥିଲା। ଭାରତ ସ୍ବାଧୀନ ହେବା ପରେ ମଧ୍ୟ ନିଜାମ ହାଇଦ୍ରାବାଦକୁ ୧୩ ମାସ ଶାସନ କରିଥିଲେ। ଏହାର ମୁକ୍ତି ଉଦ୍ୟମରେ ଭାରତର ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦାର ବଲ୍ଳଭଭାଇ ପଟେଲଙ୍କ ଭୂମିକା ପ୍ରମୁଖ ଥିଲା। ଏହି ଦିନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ହାଇଦ୍ରାବାଦ ମୁକ୍ତି ଦିବସ ପାଳନ କରାଯିବ ବୋଲି କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ପୂର୍ବରୁ କେନ୍ଦ୍ର ସରକାର ତେଲଙ୍ଗାନା ମୁକ୍ତି ଦିବସ ମଧ୍ୟ ପାଳନ କରିଆସୁଛନ୍ତି।

Comments are closed.