www.samajalive.in
Monday, December 15, 2025
17.1 C
Bhubaneswar

ଦବିଲା କଲେଜ ବସ୍, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଆଠଗଡ : ଆଠଗଡ ଦେଇ ଯାଇଥିବା ପୁରୁଣା କଟକ-ସମ୍ବଲପୁର ରାସ୍ତାର ଦହିସରା ଓ ହରିପୁର ମଧ୍ୟବର୍ତ୍ତୀ ରାସ୍ତାରେ ଏକ କଲେଜ ବସ୍ ଦବିଯାଇ ଫସି ଯାଇଥିଲା । ଆଠଗଡରୁ ଧବଳେଶ୍ବର ଉକ୍ତ ରାସ୍ତାଟିର ପ୍ରଶସ୍ତୀକରଣ ଓ ସୁଦୃଢୀକରଣ କାର୍ଯ୍ୟ ଦୀର୍ଘ ୨ ବର୍ଷ ହେଲା ଚାଲିଛି ।  ରାସ୍ତା କାମର ଅବଧି ସରିଯାଇଥିଲେ ମଧ୍ୟ ଏବେ ସୁଦ୍ଧା ଅଧା ବି ସମ୍ପୂର୍ଣ୍ଣ ହୋଇନାହିଁ । ଅନେକ ସ୍ଥାନରେ ମାଟି ଗଦା ହୋଇ ରହିଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି । ବୁଧବାର ବର୍ଷା ହେବା ଫଳରେ ମାଟି ପଡିଥିବା ସ୍ଥାନଗୁଡିକ କାଦୁଆ ହୋଇ ଖସଡା ହୋଇଥିଲା । ଅପରାହ୍ନରେ ଧବଳେଶ୍ବର ପଲିଟେକନିକର ଏକ ବସ ବିଦ୍ୟାର୍ଥୀଙ୍କୁ ନେଇ ଆସୁଥିବାବେଳେ ଉକ୍ତ କାଦୁଆ ରାସ୍ତାରେ ଦବି ଯାଇଥିଲା । ଗାଡିରୁ ତୁରନ୍ତ ଛାତ୍ରଛାତ୍ରୀ ଓହ୍ଲାଇ ପଡିବାରୁ ରକ୍ଷା ପାଇଯାଇଥିଲେ । ବସଟି ସଂକୀର୍ଣ୍ଣ ରାସ୍ତା ମଝିରେ ଫସିଯିବାରୁ ଉକ୍ତ ରାସ୍ତାରେ ଗାଡି ଚଳାଚଳ ୨ ଘଣ୍ଟା ଧରି ବନ୍ଦ ହୋଇଯାଇଥିଲା । ଖବର ପାଇ ଦମକଳ ବାହିନୀ ଆସିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ବସଟିକୁ ସେଠାରୁ ଠେଲି ଠେଲି ବାହାର କରିବା ପରେ ରାସ୍ତାରେ ଗାଡି ଚଳାଚଳ ସ୍ଵାଭାବିକ ହୋଇଥିଲା । ଉକ୍ତ ଗୁରୁତ୍ୱପୂର୍ଣ୍ଣ ରାସ୍ତାର ନବୀକରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ସାଧାରଣରେ ଦାବି ହେଉଛି ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories