କାର୍ ଓ ଅଟୋ ମଧ୍ୟରେ ଧକ୍କା, ୫ ଆହତ   

ଆଠଗଡ : ଆଠଗଡ-ଖୁଣ୍ଟୁଣୀ ୬୫ ନଂ ରାଜ୍ୟ ରାଜପଥର କୁଲାଇଲୋଠାରେ ଏକ କାର ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟିଛି। ଏଥିରେ ଅଟୋରେ ଯାଉଥିବା ୫ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ତୁରନ୍ତ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ଧକ୍କାରେ ଅଟୋଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ କାରର ସମ୍ମୁଖ ଅଂଶଟି ମଧ୍ୟ ଭାଙ୍ଗି ଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବତ କରିଥିଲା। କାରଟି ଢେଙ୍କାନାଳ ଜିଲ୍ଲା ଭାପୁର ଅଞ୍ଚଳର ହୋଇଥିଲାବେଳେ ଅଟୋଟି ଆଠଗଡ ଥାନା ଅନ୍ତର୍ଗତ ଗୁଡୁପଡା ଅଞ୍ଚଳର ବୋଲି ପୁଲିସ ସୁତ୍ରରୁ ପ୍ରକାଶ। ଆହତ ମାନେ ହେଲେ ଗୁଡୁପଡା ଗ୍ରାମଳ ଜଗବନ୍ଧୁ ରାଉତ, ସୁବାସ ବେହେରା, ରଞ୍ଜୁ ରାଉତ, ହରପ୍ରିୟା ରଣା ଓ ପ୍ରତ୍ୟାଶା ବସ୍ତି ବୋଲି ଜଣାପଡିଛି।

 

Comments are closed.