www.samajalive.in
Saturday, December 6, 2025
14.1 C
Bhubaneswar

୫ ଘଣ୍ଟାର ଜେରା ପରେ ଇଡିରୁ ବାହାରିଲେ ବିନୀତ ଲଲାନୀ ଏବଂ ସାଗର ରାଏ

ଭୁବନେଶ୍ବର: ୫ ଘଣ୍ଟାର ଘନ ଘନ ଜେରା ପରେ ଇଡିରୁ ବାହାରିଲେ ବିନୀତ ଲଲାନୀ ଏବଂ ସାଗର ରାଏ । ଉଭୟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁହାଁମୁହିଁ ଜେରା କରିଛି। ଇଡିରୁ ବାହାରିବା ପରେ ସାଗର ରାଏ କହିଛନ୍ତି କିଛି ଘୋଟାଲା ହୋଇନାହିଁ। ଅର୍ଥ ତତ୍ତ୍ଵ ଚିଟଫଣ୍ଡ ବା ଏଟି ଚିଟଫଣ୍ଡ ମାମଲାରେ ବିନୀତ ଲଲାନି ଏବଂ ସାଗର ରାଏଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ଜେରା କରିବାକୁ ଇଡି ଡାକିଥିଲା। ପୂର୍ବରୁ ମାର୍ଚ୍ଚ ୭ ତାରିଖରେ ଇଡି ପକ୍ଷରୁ ଅର୍ଥତତ୍ତ୍ଵ ଚିଟଫଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଘରେ ରେଡ୍ ହୋଇଥିଲା। ଭୁବନେଶ୍ବରର ୬ଟି ସ୍ଥାନ ସମେତ ବ୍ରହ୍ମପୁର ଏବଂ ଛତ୍ରପୁରର ଦୁଇଟି ସ୍ଥାନରେ ​‌ରେଡ୍ କରାଯାଇଥିଲା। ଏହି ସମୟରେ ୩୫ ଲକ୍ଷର ଏକ ଅଡି କାର୍, ୨୩ ଲକ୍ଷ ନଗଦ ଟଙ୍କା, ୨୪ ଲକ୍ଷ ୧୫ ହଜାର ଟଙ୍କା ସୁନାଗହଣା , ବ୍ୟାଙ୍କ ପାର୍ସବୁକ୍ ପ୍ରଭୃତି ମିଳିଥିଲା। ବିଲ୍ଡର ସାଗର ରାଏଙ୍କୁ ମଙ୍ଗଳବାର ଇଡି ଜେରା କରିଥିବାବେଳେ ବୁଧବାର ବିନୀତ ଲଲାନିଙ୍କୁ ଡକାଯାଇଥିଲା। କିଛି ସମୟ​‌ ପରେ ବିଲ୍ଡର ସାଗର ରାଏ ଇଡିରେ ହାଜର ହୋଇଥିଲେ। ଏବଂ ଉଭୟଙ୍କୁ ମୁହାଁମୁହିଁ ଜେରା କରାଯାଇଥିବା ସୂଚନା​​‌ ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories