www.samajalive.in
Sunday, December 14, 2025
16.1 C
Bhubaneswar

ରାଜଧାନୀରେ ୧୫ଦଫା ଦାବି ନେଇ ଗର୍ଜିଲେ ସରପଞ୍ଚ

ଭୁବନେଶ୍ୱର: ଶିଶୁଭବନ ଛକରେ ପୁଲିସ-ସରପଞ୍ଚ ମୁହାଁମୁହିଁ ହୋଇଛନ୍ତି। ବିଭିନ୍ନ ଦାବି ନେଇ ଏକାଠି ହୋଇ ବିକ୍ଷୋଭ କରିଛନ୍ତି ସରପଞ୍ଚ ମହାସଂଘ। ନବୀନ ନିବାସ ଘେରାଉ କରିବାକୁ ଯିବା ବେଳେ ଶିଶୁଭବନ ଛକରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ପୁଲିସ-ସରପଞ୍ଚଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାକୁ ଅଣଦେଖା କରି ପଞ୍ଚାୟତରାଜ ବ୍ୟବସ୍ଥାକୁ ଅସାମ୍ବିଧାନିକ ଭାବେ କ୍ଷୁର୍ଣ୍ଣ କରୁଥିବାରୁ ୧୫ଦଫା ଦାବି ନେଇ ଗର୍ଜିଛନ୍ତି ସରପଞ୍ଚ ମହାସଂଘ। ପଲ୍ଲୀସଭା ଏବଂ ଗ୍ରାମସଭାକୁ ଗୁରୁତ୍ୱ ଦିଆଯାଉ, ଭାରତ ଓ ଓଡ଼ିଶା ସରକାରଙ୍କ ସମସ୍ତ ଯୋଜନା ଉନ୍ନୟନ ମୂଳକ କାର୍ଯ୍ୟ ଓ ହିତାଧିକାରୀଙ୍କ ଚୟନ ଗ୍ରାମସଭା ଜରିଆରେ ଅନୁମୋଦନ କରାଯାଉ। ଏଭଳି ବିଭିନ୍ନ ଦାବିରେ ଆନ୍ଦୋଳନ କରୁଛନ୍ତି ସରପଞ୍ଚ ମହାସଂଘ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories