ଆତଙ୍କବାଦୀ ଲିଙ୍କରେ ଅନସାରୀ ଗିରଫ ; ୨୬/୧୧ ଭଳି ସିରିଏଲ ବ୍ଲାଷ୍ଟ ଯୋଜନା କରୁଥିଲା
ଝାରସୁଗୁଡା : ଆତଙ୍କବାଦୀ ଲିଙ୍କରେ ବ୍ରଜରାଜନଗରର ଜାଭେଦ ଅନସାରୀ ଗିରଫ ହୋଇଛି। ଫେସବୁକରେ ଆପତ୍ତିଜନକ ବାର୍ତ୍ତା ସହିତ ବିଭିନ୍ନ ସୁରକ୍ଷା ଏଜେନ୍ସିକୁ ଧମକପୂର୍ଣ ଇ-ମେଲ ଦେଇଥିଲା। କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ରାଡାରରେ ଅନସାରୀ। ସମଗ୍ର ଭାରତରେ ୨୬/୧୧ ଭଳି ସିରିଏଲ ବ୍ଲାଷ୍ଟ କରିବା ଯୋଜନା କରୁଥିଲା। ବ୍ରଜରାଜନଗର ପୁଲିସ ନିଜ ଆଡୁ ମାମଲା ରୁଜୁ କରି କରି ତଦନ୍ତ ଜାରି ରଖିଛି। ଏନେଇ ଝାରସୁଗୁଡା ଏସପି ସ୍ମିତ ପରମାର ସୂଚନା ଦେଇଛନ୍ତି।
Comments are closed.