www.samajalive.in
Saturday, December 6, 2025
16.1 C
Bhubaneswar

ଏହି ୩ଟି ଜିନିଷ ହୃଦୟ ପାଇଁ ଔଷଧ ଭଳି ; ଖାଇଲେ ରହିବନି ହୃଦଘାତର ଭୟ..

ହୃଦଘାତରେ ଅନେକ ଜୀବନ ଚାଲି ଯାଉଛି। ଗତ କିଛି ଦିନ ମଧ୍ୟରେ ହୃଦଘାତ ଜନିତ ମୃତ୍ୟୁ ବୃଦ୍ଧି ପାଇବାରେ ଲାଗିଛି। ପୂର୍ବରୁ ଅଧିକ ବୟସ ହେଲେ ହୃଦଘାତ ଜନିତ ମୃତ୍ୟୁ ହେଉଥିଲା ମାତ୍ର ଏବେ କମ୍‌‌ ବୟସରେ ମଧ୍ୟ ହୃଦଘାତ ହେଉଛି। ଏଥିରୁ ନିଜକୁ ରକ୍ଷା କରିବା ପାଇଁ ସ୍ୱାସ୍ଥ୍ୟକର ଜୀବନଶୈଳୀ ଓ ସଠିକ୍‌‌ ଖାଦ୍ୟର ସେବନ କରିବା ନିତାନ୍ତ ଜରୁରୀ। ବିଶେଷ କରି ଯେଉଁମାନଙ୍କର ହୃଦୟଜନିତ ସମସ୍ୟା ରହିଛି, ସେମାନେ ସ୍ୱାସ୍ଥ୍ୟପ୍ରତି ଅଧିକ ଯତ୍ନବାନ୍‌‌ ହେବା ଆବଶ୍ୟକ। ହୃଦଘାତର ମୁଖ୍ୟ କାରଣ ଖରାପ ଜୀବନଶୈଳୀ ଓ ଭୁଲ୍‌‌ ଖାଦ୍ୟପେୟ ବୋଲି ବିଶେଷଜ୍ଞଙ୍କ ମତ। ଆୟୁର୍ବେଦ ବିଶେଷଜ୍ଞଙ୍କ ମତାନୁସାରେ ଏଭଳି କିଛି ଖାଦ୍ୟ ରହିଛି, ଯାହାର ସେବନ କରିବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ଖୁବ୍‌‌ କମ୍‌‌ ଥାଏ।

ରସୁଣ – ହୃଦୟ ପାଇଁ ରସୁଣ ଖୁବ୍‌‌ ଉପକାରୀ। ଏହାର ସେବନ ଦ୍ୱାରା ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ। ରକ୍ତ ସଞ୍ଚାଳନରେ ସମସ୍ୟା ନହେବା ଦ୍ୱାରା ହୃଦୟ ଜନିତ ସମସ୍ୟା ହେବାର ସମ୍ଭାବନା ଖୁବ୍‌‌ କମ୍‌‌ ଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀର ଅନେକ ସମସ୍ୟାକୁ ଦୂର କରିଥାଏ। ହୃଦୟ ପାଇଁ ରସୁଣ ଔଷଧ ଭଳି କାମ କରେ।

- Advertisement -

କେମିତି ଖାଇବେ..
ଗୋଟିଏ ରସୁଣକୁ ଖାଲି ପେଟରେ କିମ୍ବା ଭୋଜନ କରିବା ପୂର୍ବରୁ ଦିନକୁ ଥରେ ୮-୧୨ ସପ୍ତାହ ପର୍ଯ୍ୟନ୍ତ ଖାଆନ୍ତୁ।

ଆୟୁର୍ବେଦ ଅନୁଯାୟୀ, ଡାଳିମ୍ବ ହୃଦୟର ସୁସ୍ଥତା ପାଇଁ ଥିବା ଫଳ ମଧ୍ୟରୁ ଗୋଟିଏ। ଏହାକୁ ସେବନ କରିବା ଦ୍ୱାରା ରକ୍ତ ସଞ୍ଚାଳନରେ ହେଉଥିବା ସମସ୍ୟା ଦୂର ହୋଇଥାଏ। ଫଳରେ ହୃଦଘାତ ହେବାର ସମ୍ଭାବନା ଖୁବ୍‌‌ କମ୍‌‌ ଥାଏ।

ଏମିତି ଖାଇବେ – ସକାଳର ଜଳଖିଆରେ ପ୍ରତିଦିନ ଗୋଟିଏ ଡାଳିମ୍ବ ସପ୍ତାହକୁ ୨ରୁ୩ ଦିନ ଏହାର ସେବନ କରନ୍ତୁ।

ଅର୍ଜୁନ ଗଛର ଛାଲରେ ପ୍ରସ୍ତୁତ ଚା’- ଏହା ଏକ ପ୍ରକାର ଜଡିବୁଟି ଭଳି। ଏହା ହୃଦୟ ପାଇଁ ଔଷଧ ଭଳି କାମ କରେ। ଏହାର ସେବନ ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହେବା ସହ ପିତ୍ତଦୋଷକୁ ସନ୍ତୁଳିତ କରି ରଖେ। ପାଚନ ପାଇଁ ମଧ୍ୟ ଏହା ଖୁବ ଉପକାରୀ। ଏହା କୋଲେଷ୍ଟେରୋଲ୍‌‌ କମ୍‌‌ କରିବାରେ ବେଶ ସହାୟକ ହୋଇଥାଏ। ହୃଦୟକୁ ସୁସ୍ଥ ରଖିଥାଏ।

କେମିତି କରିବେ ସେବନ.. ୧୦୦ ମିଲିଲିଟର ପାଣି ଓ ୧୦୦ ମିଲିଲିଟର କ୍ଷୀରରେ ୫ ଗ୍ରାମ ଅର୍ଜୁନ ଗଛ ଛାଲର ଗୁଣ୍ଡ ମିଶାଇ ଭଲ ଭାବେ ଚା’ ଭଳି ପ୍ରସ୍ତୁତ କରନ୍ତୁ। ଏହାକୁ ଛାଣି ପିଅନ୍ତୁ। ଶୋଇବା ପୂର୍ବରୁ କିମ୍ବା ସକାଳ/ସନ୍ଧ୍ୟା ଭୋଜନର ୧ ଘଣ୍ଟା ପୂର୍ବରୁ ପିଅନ୍ତୁ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories